ଆରପାରିରେ ବିଶିଷ୍ଟ ଅଭିନେତା ଅଜିତ୍‌ ଦାଶ

ଆରପାରିରେ ବିଶିଷ୍ଟ ଅଭିନେତା ଅଜିତ୍‌ ଦାଶ

ଆରପାରିରେ ବିଶିଷ୍ଟ ଅଭିନେତା ଅଜିତ୍‌ ଦାଶ
ଭୁବନେଶ୍ବର : ଆଉ ନାହାନ୍ତି ଓଡ଼ିଆ ସିନେଜଗତର ବିଶିଷ୍ଟ ଅଭିନେତା ଅଜିତ୍‌ ଦାଶ । ୭୧ ବର୍ଷ ବୟସରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡ଼ିକାଲରେ ଅଜିତ୍‌ ଦାସଙ୍କ ପରଲୋକ ହୋଇଛି । କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ଅଜିତ୍‌ ଦାସ । ମୟୂରଭଞ୍ଜ କରଞ୍ଜିଆରେ ଅଜିତ୍‌ ଜନ୍ମଗ୍ରହଣ କରିଥିଲେ ଅଜିତ୍‌ ଦାଶ । ’ସିନ୍ଦୂର ବିନ୍ଦୁ’ରୁ ଫିଲ୍ମର କ୍ୟାରିଅର ଆରମ୍ଭ କରିଥିବା ଅଜିତ୍‌ ଦାଶ ୬୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିଛନ୍ତି ।‘ହାକିମ ବାବୁ’, ‘ମା’, ‘ତୁଣ୍ଡବାଇଦ’ ପରି ବହୁ ଲୋକପ୍ରିୟ ଚଳଚ୍ଚିତ୍ରରେ ନିଜର ଦମଦାର ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ଛାପ ଛାଡିଯାଇଛନ୍ତି । ଚଳଚ୍ଚିତ୍ର ବ୍ୟତୀତ ନାଟକରେ ମଧ୍ୟ ନିଖୁଣ ଅଭିନୟର ଛାପ ଛାଡିଯାଇଛନ୍ତି ଅଜିତ୍‌ ।