ଜିଏସଟି ପରିଷଦ ବୈଠକ ସ୍ଥଗିତ

ଜିଏସଟି ପରିଷଦ ବୈଠକ ସ୍ଥଗିତ

ଜିଏସଟି ପରିଷଦ ବୈଠକ ସ୍ଥଗିତ
ନୂଆଦିଲ୍ଲୀ:ଜିଏସଟି ପରିଷଦ ବୈଠକ ଅକ୍ଟୋବର ୨ ତାରିଖ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି। ପୂର୍ବରୁ ଏହି ବୈଠକ ୧୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାରଥିଲା ଜ୍ଝ ଜାତୀୟଗଣମାଧ୍ୟମ ସୂତ୍ରରୁ ଜଣାପଡିଛି । ସଂସଦର ଅଧିବେଶନ ଚାଲିଥିବାରୁ ପରିଷଦର ୪୨ତମ ବୈଠକ ସ୍ଥଗିତ ରଖାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଗତ ମାସରେ କେନ୍ଦ୍ର ନିଷ୍ପତ୍ତି ନେଇଥିଲା ଯେ ଜିଏସଟି ପରିଷଦର ୪୧ତମ ୪୨ତମ ବୈଠକ ୨୭ ଅଗଷ୍ଟ ଏବଂ ୧୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ତେବେ ସଂସଦର ମୌସୁମୀ ଅଧିବେଶନ ସେତେବେଳକୁ ନିଷ୍ପତ୍ତି ହୋଇ ନଥିଲା। ଅକ୍ଟୋବର ୫ ରେ ଅନୁଷ୍ଠିତ ହେବାକୁ ଥିବା ଜିଏସଟି ପରିଷଦର ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ, କାରଣ ଜିଏସ୍ଟି ସଂଗ୍ରହକୁ ୨.୩୫ ଲକ୍ଷ କୋଟି ଟଙ୍କା ହ୍ରାସ କରିବାକୁ ଅର୍ଥ ପ୍ରଦାନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି। ସ୍ୱତନ୍ତ୍ର ସୁବିଧା ମାଧ୍ୟମରେ ବଜାରରୁ ୯୭୦୦୦ କୋଟି କିମ୍ବା ୨.୩୫ ଲକ୍ଷ କୋଟି ଟଙ୍କା ଋଣ ଉଠାଇବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ଦୁଇଟି ବିକଳ୍ପ ଦେଇଥିଲା। ଛଅଟି ଅଣ-ବିଜେପି ଶାସିତ ରାଜ୍ୟ ଟ୍ଟ. ପଶ୍ଚିମବଙ୍ଗ, କେରଳ, ଦିଲ୍ଲୀ, ତେଲେଙ୍ଗାନା, ଛତିଶଗଡ ଏବଂ ତାମିଲନାଡୁ କେନ୍ଦ୍ରକୁ ଚିଠି ଲେଖି ରାଜ୍ୟ ଋଣ ନେବାକୁ ବିରୋଧ କରୁଛନ୍ତି। ଗୁଜୁରାଟ, ବିହାର, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ତ୍ରିପୁରା ୯୭୦୦୦ କୋଟି ଟଙ୍କା ଋଣ ପାଇଁ ଚୟନ କରିଛନ୍ତି। ଏଥି ସହିତ ସିକ୍କିମ ଏବଂ ମଣିପୁର ବଜାରରୁ ୨.୩୫ ଲକ୍ଷ କୋଟି ଟଙ୍କା ବୃଦ୍ଧି କରି ଦ୍ୱିତୀୟ ଋଣ ବିକଳ୍ପ ବାଛିଛନ୍ତି।