ଆମ୍ବୁଲାନ୍ସ ଦର ସରକାର ନିର୍ଦ୍ଧାରଣ କଲେ, କେଉଁ ଆମ୍ବୁଲାନ୍ସ ପାଇଁ କେତେ ଦର ଜାଣନ୍ତୁ

ଆମ୍ବୁଲାନ୍ସ ଦର ସରକାର ନିର୍ଦ୍ଧାରଣ କଲେ, କେଉଁ ଆମ୍ବୁଲାନ୍ସ ପାଇଁ କେତେ ଦର ଜାଣନ୍ତୁ

ଆମ୍ବୁଲାନ୍ସ ଦର ସରକାର ନିର୍ଦ୍ଧାରଣ କଲେ, କେଉଁ ଆମ୍ବୁଲାନ୍ସ ପାଇଁ କେତେ ଦର ଜାଣନ୍ତୁ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ ଏହି ମହାମାରୀ ସମୟରେ ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବା ଓ ସୁସ୍ଥ ହେବା ପରେ ଘରକୁ ଆଣିବା ପାଇଁ ଆମ୍ବୁଲାନ୍ସଚାଳକମାନେ ନିଜର ମନମାନୀ କରୁଛନ୍ତି । ନିଜ ଇଚ୍ଛା ମୁତାବକ ଦର କହୁଛନ୍ତି ଆମ୍ବୁଲାନ୍ସ ଚାଳକ । ଯାହାକୁ ଦୃଷ୍ଟି ରଖି ଆଜି ସରକାରଙ୍କ ପକ୍ଷରୁ ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କରାଯାଇଛି । ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ପାଇଁ ଦର ନିର୍ଦ୍ଧାରଣ କରାଯାଇଛି । ଦର ନିର୍ଦ୍ଧାରଣ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରଥମ ୧୦ କିମି ପାଇଁ ଦର ନିର୍ଦ୍ଧାରଣ କରାଯାଇଛି । ତେବେ କେଉଁ ଆମ୍ବୁଲାନ୍ସ ପାଇଁ କେତେ ଦର ସେ ସମ୍ପର୍କରେ ଜାଣନ୍ତୁ: ୧- ମାରୁତି ଓମିନି ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିମି ମଧ୍ୟରେ ଭଡ଼ା ୭୫୦ ଟଙ୍କା ୨- ସାଧାରଣ ଲାଇଫ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ୩- ବୋଲେରୋ ଭଳି ମଧ୍ୟମ ବର୍ଗର ଆମ୍ବୁଲାନ୍ସ ୧୦୦୦, ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୫୦୦ ୪- ୱିଙ୍ଗର ଭଳି ବଡ଼ ଆମ୍ବୁଲାନ୍ସ ୧୦ କିମିକୁ ୧୨୫୦, ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୨୦୦୦ ୫- ବଡ଼ ଆମ୍ବୁଲାନ୍ସରେ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୦ କିମିକୁ ୩ ହଜାର ତେବେ ପ୍ରଥମ ୧୦ କିମି ପାଇଁ ଦର ନିର୍ଦ୍ଧାରଣ କରାଯାଇଥିବାବେଳେ ପରବର୍ତ୍ତୀ କିମି ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।