ଆମେରିକାରେ କରୋନାର ଡେଲଟା ପ୍ରଜାତି ଭୟଙ୍କର ସ୍ଥିତି ସୃଷ୍ଟି କଲାଣି
ଆମେରିକାରେ କରୋନାର ଡେଲଟା ପ୍ରଜାତି ଭୟଙ୍କର ସ୍ଥିତି ସୃଷ୍ଟି କଲାଣି
ୱାସିଂଟନ : ଆମେରିକାରେ କରୋନାର ଡେଲଟା ପ୍ରଜାତି ଭୟଙ୍କର ସ୍ଥିତି ସୃଷ୍ଟି କଲାଣି । ସଂକ୍ରାମକ ଡେଲଟା ପ୍ରଜାତି ଆମେରିକାରେ ଏହାର ପ୍ରଭାବ ବିସ୍ତାର କରିବା ସହ ଟିକାକରଣ ନିଷ୍କ୍ରିୟ ହୋଇଯାଉଥିବା ତଥ୍ୟ କହୁଛି । ଆମେରିକାରେ ସଂକ୍ରମଣ ବଢ଼ିଛି । ଅନ୍ୟକୌଣସି ପ୍ରଜାତି ତୁଳନାରେ ଡେଲଟା ଅଧିକ ସଂକ୍ରାମକ ହୋଇଥିବାରୁ ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ଦୁଇ ସପ୍ତାହରେ ଚିହ୍ନଟ ହୋଇଥିବା ମାମଲାର କେବଳ ୫୨ ପ୍ରତିଶତ ଡେଲଟା ବୋଲି ଜଣାପଡ଼ିଛି । ଆମେରିକାରେ ସଂକ୍ରମଣ ବଢ଼ିଥିଲେ ସୁଦ୍ଧା ଏପ୍ରିଲ ପରଠାରୁ ଆମେରିକାରେ ଟିକାକରଣ ହ୍ରାସ ହୋଇଛି । ରାଷ୍ଟ୍ରପତି ଜୋ ବାଇଡେନ ଟିକାକୁ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ତାହା ପୂରଣ କରିପାରିନାହାନ୍ତି । ଏବେ ପ୍ରତିଦିନ ସଂକ୍ରମଣ ୧୫ ହଜାରରୁ ଅଧିକ ରହିଥିବା ବେଳେ ମଧ୍ୟପଶ୍ଚିମ ଏବଂ ଦକ୍ଷିଣାଞ୍ଚଳରେ ଟିକାକରଣ କମ ଥିବାରୁ ସେଠାରେ ସଂକ୍ରମଣ ମାମଲା ଅଧିକ ରହିଛି । ମିସୋରି ସ୍ପ୍ରିଙ୍ଗଫିଲ୍ଡର ଏକ ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ଭେଣ୍ଟିଲେଟର ନାହିଁ । ଆଗକୁ ଜଟିଳ ସ୍ଥିତି ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।




admin 