ଆତ୍ମସମପର୍ଣ କରିପାରନ୍ତି ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ ଭୟ । ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ଦେବା ମାମଲାରେ ସେ ଆଜି କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି ।ସେପଟେ ସ୍ଥିିତିକୁ ଦେଖି ନ୍ୟୁୟର୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କାରଣ କୋର୍ଟରେ ହାଜର ହେବା ପୂର୍ବରୁ ଟ୍ରମ୍ପଙ୍କ ସମର୍ଥକମାନେ ପ୍ରଦର୍ଶନ କରିବା ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ ଅନେକବାର ସମର୍ଥକ ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ଟ୍ରମ୍ପ ଟାୱାରକୁ ନ୍ୟୁୟର୍କ ପୁଲିସ କଡ଼ା ସରକ୍ଷାବଳୟ ଭିତରେ ରଖିଛି ।
ମେନହଟନ କ୍ରିମିନାଲ କୋର୍ଟ ହାଉସପାଖ ମୁଖ୍ୟ ରାସ୍ତା ବନ୍ଦ କରିଦିଆଯାଇଛି । ଟ୍ରମ୍ପଙ୍କ ବିରୋଧରେ କାର୍ୟ୍ୟାନୁଷ୍ଟାନକୁ ନେଇ ୟଙ୍ଗ ରପବ୍ଲିକାନ କ୍ଲବ ବିରୋଧ କରୁଛି । ତେଣୁ କ୍ଲବ ସଦସ୍ୟ ଓ ଟ୍ରମ୍ପଙ୍କ ସମର୍ଥକ ଜୋରଦାର ବିକ୍ଷୋଭ କରିବା ସମ୍ଭାବନା ରହିଛି । ଟ୍ରମ୍ପ ଯେଉଁ ମାମଲାରେ ଫସିଛନ୍ତି ସେହି ଘଟଣା ହେଉଛି ୨୦୧୬ ମସିହାର ଓ ମାମଲା ୧ ଲକ୍ଷ ୩୦ହଜାର ଡଲାର ଲାଞ୍ଚର । ଆମେରିକା ରାଷ୍ଟ୍ରପତି ନିର୍ବାଚନର ଠିକ ପୂର୍ବରୁ ଜଣେ ପର୍ଣ୍ଣଷ୍ଟାର ଷ୍ଟ୍ରୋମି ଡାନିଏଲ ମୁହଁ ବନ୍ଦ କରିବାକୁ ସେ ଚେଷ୍ଟା କରିଥିଲେ । ଅନୈତିକ ସମ୍ପର୍କ ଲୁଚାଇବା ପାଇଁ ତାଙ୍କ ଲାଞ୍ଚ ଦେଇଥିଲେ ଡୋନାଲ୍ଟ ଟ୍ରମ୍ପ । ଯାହାକୁ ନେଇ ଏବେ ତାଙ୍କ ଉପରେ ଚାଲିବ ଅପରାଧିକ ମାମଲା ।