ଆତଙ୍କୀ ଲିଙ୍କ; ବିଦାହେଲେ ୬ ସରକାରୀ କର୍ମଚାରୀ

ଆତଙ୍କୀ ଲିଙ୍କ; ବିଦାହେଲେ ୬ ସରକାରୀ କର୍ମଚାରୀ

ଆତଙ୍କୀ ଲିଙ୍କ; ବିଦାହେଲେ ୬ ସରକାରୀ କର୍ମଚାରୀ

ଶ୍ରୀନଗର: ଆତଙ୍କବାଦୀଙ୍କ ସହ ସମ୍ପର୍କ ଓ ଓଭର ଗ୍ରାଉଣ୍ଡ୍ ୱାର୍କର ଭାବରେ କାମ କରୁଥିବା ୬ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ  କରାଯାଇଛି। ଯେଉଁ ୬ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି ସେମାନଙ୍କ ମଧ୍ୟରେ କାଶ୍ମୀର ଘାଟିର ଅନନ୍ତନାଗର ଶିକ୍ଷକ ହମିଦ ୱାନି ମଧ୍ୟ ସାମିଲ ରହିଛନ୍ତି। ଜମ୍ମୁ କାଶ୍ମୀରରେ ଆତଙ୍କୀ ଲିଙ୍କ୍କୁ ନେଇ ଏହି ବଡ ଖବର ସାମ୍‌ନାକୁ ଆସିଛି।

ଚାକିରି ପୂର୍ବରୁ ହମିଦ ୱାନି ଆତଙ୍କୀ ସଙ୍ଗଠନ ଅଲ୍ଲାହ ଟାଇଗରର ଜିଲ୍ଲା କମାଣ୍ଡର ଭାବରେ କାର୍ୟ୍ୟ କରୁଥିବା ଅଭିଯୋଗ ରହିଛି । ଜମାତ-ଇ-ଇସଲାମି ସହାୟତାରେ ହମିଦ ୱାନି ଏହି ସରକାରୀ ଚାକିରି ପାଇଥିଲେ । ୨୦୧୬ରେ ବୁରହାନ ୱାନୀ ଏନକାଉଣ୍ଟର ପରେ ଦେଶ ବିରୋଧୀ କାର୍ୟ୍ୟକଳାପ ପାଇଁ କାଶ୍ମୀରରେ ଚାଲିଥିବା କାର୍ୟ୍ୟକ୍ରମର ମୁଖ୍ୟ ବକ୍ତା ରହିଥିଲେ ହମିଦ ୱାନି । ଜାମ୍ମୁର ଜାଫର ହୁସେନ୍ ଭଟ୍ଟଙ୍କୁ ମଧ୍ୟ ସରକାରୀ ଚାକିରିରୁ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ କିସ୍ତୱାଡ ବାସିନ୍ଦା ସଡ଼କ ଓ ନିର୍ମାଣ ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ ଭାବେ କାର୍ୟ୍ୟ କରୁଥିବା ମହମ୍ମଦ ରଫିଙ୍କୁ ବହିଷ୍କାର କରାଯାଇଛି । ମହମ୍ମଦ ରଫି କିସ୍ତୱାଡ ଜିଲ୍ଲାର ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଆତଙ୍କୀ ଷଡଯନ୍ତ୍ର କରିବା ପାଇଁ ଘର ଦେଇଥିବା ଅଭିଯୋଗ ହୋଇଛି। ଏନଆଇଏ ତାଙ୍କ ଉପରେ ଚାର୍ଜସିଟ ଦାଖଲ କରିସାରିଛି ।