ଆଣ୍ଟାର୍କଟିକାର ମୂଳ ହିମଶୈଳରୁ ହିମଖଣ୍ଡ ଖସି ବରଫାଞ୍ଚଳରେ ଫାଟ ସୃଷ୍ଟି

ଆଣ୍ଟାର୍କଟିକାର ମୂଳ ହିମଶୈଳରୁ ହିମଖଣ୍ଡ ଖସି ବରଫାଞ୍ଚଳରେ ଫାଟ ସୃଷ୍ଟି

ଆଣ୍ଟାର୍କଟିକାର ମୂଳ ହିମଶୈଳରୁ ହିମଖଣ୍ଡ ଖସି ବରଫାଞ୍ଚଳରେ ଫାଟ ସୃଷ୍ଟି
ଲଣ୍ଡନ: ଆଣ୍ଟାର୍କଟିକାର ମୂଳ ହିମଶୈଳରୁ ଗତ ଶୁକ୍ରବାର ଏକ ବିରାଟ ବରଫ ଖଣ୍ଡ ଛିଣ୍ଡି ଖସି ଆସିଥିବା ବି୍ରଟିସ ଆଣ୍ଟାର୍କଟିକ ସର୍ଭେ (ବାସ)ର ଗବେଷକମାନେ ଘୋଷଣା କରିଛନ୍ତି । ଦୀର୍ଘ ୪୯୦ ବର୍ଗ କିମି ପରିମିତ ଏହି ବରଫ ଖଣ୍ଡ ନୁ୍ୟୟର୍କ ସହର (୩୦୨ ବର୍ଗ କିମି) ଠାରୁ ମଧ୍ୟ ଆୟତନରେ ଯଥେଷ୍ଟ ବଡ଼ ହେବ ବୋଲି ସେମାନେ ଆକଳନ କରିଛନ୍ତି । ଏଥିଯୋଗୁଁ ମୂଳ ବରଫାଞ୍ଚଳରେ ଶହ ଶହ ମିଟରର ଫାଟ ସୃଷ୍ଟି ହୋଇଛି । ତେବେ ଏହା ଏକ ସ୍ୱାଭାବିକ ପ୍ରକି୍ରୟା ଏବଂ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ, କାରଣ ଏମିତି ଘଟିବ ବୋଲି ସେମାନେ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥିବା ବାସ ନିଦେ୍ର୍ଧଶକ ଜେନ ଫ୍ରାନ୍ସିସ କହିଛନ୍ତି । ଶେଷ ଥର ପାଇଁ ବିଗତ ସତୁରି ଦଶକର ପ୍ରାରମ୍ଭରେ ସେଠାରେ ଏଭଳି ବିଶାଳ ହିମଖଣ୍ଡ ଭାଙ୍ଗିଥିଲା ବୋଲି ଜଣାଯାଇଛି ।