ଟିଆଇ ପରେଡ଼ ପାଇଁ ଝାରପଡା ଜେଲରେ ପହଂଚିଲେ ଅଞ୍ଜନା

ଟିଆଇ ପରେଡ଼ ପାଇଁ ଝାରପଡା ଜେଲରେ ପହଂଚିଲେ ଅଞ୍ଜନା

 ଟିଆଇ ପରେଡ଼ ପାଇଁ ଝାରପଡା ଜେଲରେ ପହଂଚିଲେ ଅଞ୍ଜନା
ଭୁବନେଶ୍ୱର : ନବେ ଦଶକର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ୨୨ ବର୍ଷ ପରେ ପୁଲିସ ହାତରେ ଧରାପଡିଛି । ଆସନ୍ତାକାଲି ବିବନର ଟିଆଇ ପରେଡ଼ ହେବ । ଝାରପଡ଼ା ଜେଲ ପରିସରରେ ଜେଏମଏଫସି ସୃଜାଲିନ ମହାନ୍ତି ଟିଆଇ ପରେଡ଼ କରିବେ । ସିବିଆଇ ସ୍ପେଶିଆଲ ଜଜ କୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି । ଝାରପଡା ଜେଲରେ ଟିଆଇ ପରେଡ ପାଇଁ ଅଞ୍ଜନା ମିଶ୍ର ପହଂଚିଛନ୍ତି । ଝାରପଡା ଜେଲରେ ବିବନ ବିଶ୍ୱାଳ ରହିଛି । ପ୍ରକାଶ ଯେ, ଟିଆଇ ପରେଡ ପାଇଁ ସିବିଆଇର ଆବେଦନ ପରେ ଅଞ୍ଜନା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ୨୨ ବର୍ଷ ପରେ ଟିଆଇ ପରେଡରେ ବିବନକୁ ଚିହ୍ନିବି । କାହା ପ୍ରରୋଚନାରେ ଗଣଦୁଷ୍କର୍ମ ହୋଇଥିଲା ପଦାକୁ ଆସୁ । ବିବନକୁ କିଏ ଫେରାର କଲା ସାମ୍ନାକୁ ଆସୁ । ୨୨ ବର୍ଷ ହେଲା କାହା ଛତ୍ରଛାୟାରେ ବିବନ ଥିଲା ତାହା ତଦନ୍ତ ହେଉ । ଘଟଣା ପଛରେ ଷଡଯନ୍ତ୍ରକାରୀଙ୍କୁ ସାମ୍ନାକୁ ଆଣୁ ସିବିଆଇ ବୋଲି ଅଞ୍ଜନା କହିଛନ୍ତି । ସିବିଆଇ ଏହି ମାମଲାର ତଦନ୍ତ କରୁଥିବାବେଳେ ବିବନକୁ ଧରିପାରିନଥିଲା । ତେବେ ଭୁବନେଶ୍ୱର କମିଶନରେଟ ପୁଲିସ ବିବନକୁ ଧରିବା ପାଇଁ ଜାଲ ବିଛାଇଥିଲା । ଶେଷରେ ବିବନକୁ ବାନ୍ଧି ଓଡ଼ିଶା ଆଣିପାରିଛି ପୁଲିସ । ବିବନ ଜେଲରେ ଥିବାବେଳେ ସିବିଆଇ ମଧ୍ୟ ଚଳଚଂଚଳ ହୋଇଯାଇଛି ।