ବିଜେପି ପୋଛିନେଲା ଗୁଜୁରାଟ ପଞ୍ଚାୟତ ନିର୍ବାଚନ

ବିଜେପି ପୋଛିନେଲା ଗୁଜୁରାଟ ପଞ୍ଚାୟତ ନିର୍ବାଚନ

ବିଜେପି ପୋଛିନେଲା ଗୁଜୁରାଟ ପଞ୍ଚାୟତ ନିର୍ବାଚନ
ଗାନ୍ଧିନଗର: ଗୁଜରାଟ ପଞ୍ଚାୟତ ଏବଂ ପୌର ନିର୍ବାଚନ ବିଜେପିକୁ ବିପୁଳ ସଫଳତା ମିଳିଛି । ସନ୍ଧ୍ୟା ୭ଟା ସୁଦ୍ଧା ଘୋଷିତ ଫଳାଫଳ ଅନୁଯାୟୀ ବିଜେପି ସହରାଞ୍ଚଳରେ ୧୯୭୬ ଆସନରେ ବିଜୟୀ ହୋଇଥିବା ବେଳେ ପଞ୍ଚାୟତରେ ୭୩୫ ଟି ଆସନରେ ବିଜୟୀ ହୋଇଛି । ସମସ୍ତ ୩୧ ଜିଲ୍ଲା ପଞ୍ଚାୟତରେ ବିଜେପି ବିଜୟୀ ହୋଇଛି । ସହରାଞ୍ଚଳରେ କଂଗ୍ରେସକୁ ୩୫୬ ଆସନ ଏବଂ ଜିଲ୍ଲା ପଞ୍ଚାୟତରେ ୧୫୭ ଆସନ ମିଳିଛି । କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ପ୍ରଦେଶ କଂଗ୍ରେସ ସଭାପତି ଅମିତ ଚାୱଡା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଅହମ୍ମଦାବାଦ, ସୁରଟ, ରାଜକୋଟ, ବଦୋଦରା, ଜାମନଗର ଏବଂ ଭବନଗରେ ବିଜେପି ବହୁତ ବଡ଼ ବିଜୟ ହାସଲ କରିଛି । ଅନ୍ୟ ପକ୍ଷରେ ଆମ ଆଦମୀ ପାର୍ଟି ସୁରଟ ନଗର ନିଗମରେ ୨୭ ଆସନ ଦାଖଲ କରି ଚମକାଇ ଦେଇଛି ।