ଆଜି ଶପଥ ନେବେ ହାଇକୋର୍ଟର ୩ ନୂଆ ବିଚାରପତି
ଆଜି ଶପଥ ନେବେ ହାଇକୋର୍ଟର ୩ ନୂଆ ବିଚାରପତି
କଟକ: ଓଡ଼ିଶା ହାଇକୋର୍ଟର ୩ ନୂଆ ବିଚାରପତି ଭାବେ ଆଇନଜୀବୀ ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଏବଂ ଏମ୍.ଏସ୍. ରମଣ ଆଜି ଶପଥ ନେବେ । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ପୁରୁଣା ବିଲ୍ଡିଂର ନୂଆ ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥପାଠ କରାଇବେ। ତିନି ନୂଆ ବିଚାରପତି ଶପଥ ନେବା ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୧କୁ ବୃଦ୍ଧି ପାଇବ ।
ଗତ ମାସ ୨୯ ତାରିଖରେ ଅନୁଷ୍ଠିତ ସୁପ୍ରିମ୍କୋର୍ଟ କଲେଜିଏମ୍ ବୈଠକରେ ୪ ଜଣ ଆଇନଜୀବୀଙ୍କ ନାମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରାଯାଇଥିଲା । କିନ୍ତୁ ଏଥିରୁ ଜଣଙ୍କ ନାମକୁ ବାଦ୍ ଦିଆଯାଇ ଅନ୍ୟ ୩ ଜଣଙ୍କ ନିଯୁକ୍ତି ଉପରେ ରାଷ୍ଟ୍ରପତିଙ୍କ ସମ୍ମତି ପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।




admin 