ଆଜି ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ
ଆଜି ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ
ଭୁବନେଶ୍ୱର: ଆସୁଛି ବାତ୍ୟା। ଧୀରେ ଧୀରେ ଅଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର। ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଆସନ୍ତା ୧୨ ରୁ ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ପରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ବାୟୁମଣ୍ଡଳର ଆର୍ଦ୍ରତା ସହ ସମୁଦ୍ରର ତାପମାତ୍ରା ବାତ୍ୟା ସୃଷ୍ଟି କରିବା ପାଇଁ ଉପଯୁକ୍ତ ରହିଛି। ଲଘୁଚାପ କେତେ ଘନୀଭୂତ ହେଉଛି ଏବଂ ତାହାର ତୀବ୍ରତା କେତେ ରହିବ ତାହା ଆସନ୍ତା ୬ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସେପଟେ ଲଘୁଚାପ ବାତ୍ୟାର ରୂପ ନେବାର ଅଧିକ ସମ୍ଭାବନା ରହିଛି ବୋଲି ପାଣିପାଗ ସଂସ୍ଥା ଓ୍ୱିଣ୍ଡ୍ ମଡେଲରୁ ଜଣାପଡ଼ିଛି। ବାତ୍ୟା ସୃଷ୍ଟି ହେବା ପରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଛି। ସେପଟେ ରାଜ୍ୟରେ ଆଜିଠୁ ଅଧିକ ସକ୍ରିୟ ହେବ କାଳବୈଶାଖୀ। ଉପକୂଳ ଓଡ଼ିଶା ସମେତ ୧୬ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲି ସଂଧ୍ୟାରେ ଭୁବନେଶ୍ୱର ସମେତ ରାଜ୍ୟରେ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା ।




admin 