ଆଜି ଭାଲେଣ୍ଟାଇନ ଡେ଼, ସିଙ୍ଗଲ ଲୋକଙ୍କ ମନ ଦୁଃଖ
ଆଜି ଭାଲେଣ୍ଟାଇନ ଡେ଼, ସିଙ୍ଗଲ ଲୋକଙ୍କ ମନ ଦୁଃଖ
ଭୁବନେଶ୍ୱର: ଭାଲେଣ୍ଟାଇନ ଡେ଼’ ହେଉଛି ଏକ ପ୍ରେମ ଦିବସ । ଏହି ଦିନଟି ପାଳନ କରାଯାଏ ପ୍ରେମକୁ ଦୃଷ୍ଟିରେ ରଖି । ନିଜ ହୃଦୟର ଭାବନାକୁ ନିଜ ସାଥୀଙ୍କ ସହିତ ବାଣ୍ଟନ୍ତି ପ୍ରେମୀ ଯୁଗଳ । ଲୋକେ ଏଠାରେ ନିଜର ସମ୍ପର୍କକୁ ଗୋଟି, ନୂଆ ରୂପରେ ଆଗକୁ ନେଇଯାଆନ୍ତି । ଏହି ପରିସ୍ଥିତିରେ ସିଙ୍ଗଲମାନେ ରହିଯାଆନ୍ତି ଏକା । କପଲ ମାନଙ୍କୁ ଦେଖି ସେମାନଙ୍କ ହୃଦୟରେ ମାଡ଼ିବସେ ଦୁଃଖର ପର୍ବତ। ଏହି ଦିନରେ ଦୁଃଖି ହୋଇଥାନ୍ତି ସିଙ୍ଗଲ ଥିବା ବ୍ୟକ୍ତି ଓ ବ୍ରେକଅପ ବା ଦୀର୍ଘ ସମୟ ଧରି ଏକାଠି ଥିବା କପଲ ଯିଏ ବର୍ତ୍ତମାନ ଅଲଗା ହୋଇସାରିଛନ୍ତି ।
ବାସ୍ତବରେ ପ୍ରେମର ଅଭାବ ଯୋଗୁଁ ଲୋକେ ଏତେ ଚାପଗ୍ରସ୍ତ ହୋଇଯାଆନ୍ତି ଯେ, ସେ ନିଜକୁ ଭାରି ଏକୁଟିଆ ମନେ କରନ୍ତି । ଏବଂ ଏହା ସାଜିଥାଏ ଡିପ୍ରେସନର କାରଣ । ଏହା ବେଳେବେଳେ ସାଙ୍ଘାତିକ ରୂପ ନେଇଥାଏ । ଏଭଳି ପରିସ୍ଥିତିରେ ଭୁଲ କରି ବସନ୍ତି କିଛି ଯୁବପିଢ଼ି । ତେଣୁ ସର୍ବଦା ମନେରଖିବା ଉଚିତ ତୁମ ନିଜ ଠାରୁ କେହି ତୁମକୁ ଅଧିକ ଭଲପାଇ ପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ, ବିଶେଷଜ୍ଞଙ୍କ ମତରେ ଏକାକୀ ଚାପକୁ ଦୂର କରିବା ପାଇଁ କିଛି ଟିପ୍ସ ବାଣ୍ଟିଛନ୍ତି ।
ନିଜକୁ ସ୍ୱତନ୍ତ୍ର ଅନୁଭବ କରାନ୍ତୁ
ଯଦି ଆପଣ ଭାଲେଣ୍ଟାଇନ ଡେ଼’ ରେ ସୋସିଆଲ ମିଡ଼ିଆରେ ଆପଣଙ୍କ ବନ୍ଧୁ କିମ୍ବା ସହକର୍ମୀମାନେ ଆପଣଙ୍କୁ ଫୁଲ, ଚକୋଲେଟ କିମ୍ବା ଭାଲେଣ୍ଟାଇନ ଡେ଼’ର ୱିଶ୍ କରୁଛନ୍ତି । ଯାହା ଆପଣଙ୍କ ହୃଦୟକୁ ବହୁତ କଷ୍ଟ ଦେଉଛି ତେବେ ଆପଣ ତାଙ୍କୁ ମଧ୍ୟ ୱିଶ କରନ୍ତୁ ନିଜ ପରିବାର ଲୋକ କିମ୍ବା ଆପଣ ପସନ୍ଦ କରୁଥିବା ଲୋକଙ୍କୁ ପଠାନ୍ତୁ ।
ପରିବାର ସହିତ ଉପଭୋଗ କରନ୍ତୁ
ଏହା ଜରୁରୀ ନୁହଁ କି ଆପଣ ଏହି ଦିନଟି କେବଳ ଆପଣଙ୍କ ପାର୍ଟନରଙ୍କ ସହିତ ହିଁ ପାଳନ କରିବେ । ଏହି ଦିନଟି ହେଉଛି ଭଲ ପାଇବାର ଦିନ । ଆପଣ ଯାହାକୁ ବି ଭଲ ପାଉଛନ୍ତି ତାଙ୍କୁ ଆପଣଙ୍କ ଭଲ ପାଇବା ବିଷୟରେ କୁହନ୍ତୁ ସେ ଆପଣଙ୍କର ବାପା, ମା’ ଭାଇ କି ଭଉଣୀ କିମ୍ବା ଆପଣଙ୍କ ସାଙ୍ଗ ବି ହେଇପାରନ୍ତି । ଆପଣ ତାଙ୍କ ସହିତ ନିଜର ସମୟକୁ ବିତାନ୍ତୁ ତାଙ୍କର ସେବା କରନ୍ତୁ, ମସ୍ତି କରନ୍ତୁ ଆପଣଙ୍କ ଏକୁଟିଆପଣ ବି ଦୂରେଇଯିବ । ସେମାନେ ଆପଣଙ୍କୁ ବିନା ସର୍ତ୍ତରେ ଭଲପାଆନ୍ତି । ଏହି ଦିନ ଆପଣ ରୋମାଣ୍ଟିକ ଚଳଚ୍ଚିତ୍ର ଦେଖିବା କିମ୍ବା ଗୀତ ଶୁଣିବାଠାରୁ ଦୂରେଇ ରୁହନ୍ତୁ । ଏହା କରିବା ଦ୍ୱାରା ଏହା ଆପଣଙ୍କୁ ଅଧିକ କଷ୍ଟ ଦେଇପାରେ ।
ଅନ୍ୟକାହାର ଦିନକୁ ଭଲ କରନ୍ତୁ
ଏହି ଦିନରେ ଆପଣ ଅନ୍ୟମାନଙ୍କର ଦିନଟିକୁ ଭଲ ଅନୁଭବ କରାଇପାରିବେ । ଏହି ଦିନରେ ଆପଣ ସେ ବନ୍ଧୁ କିମ୍ବା ପ୍ରିୟଜନଙ୍କ ସହିତ କଥା ହୁଅନ୍ତୁ ଯାହା ସହିତ ଆପଣ ଅନେକ ଦିନ ହେଲା କଥା ହୋଇନାହାନ୍ତି । ଆପଣ ତାଙ୍କୁ ଫୁଲ କିମ୍ବା ଚକୋଲେଟ ପଠାଇ ପାରିବେ । ସେହିଦିନ ଆପଣ ନିଜର ପ୍ରିୟ ଖାଦ୍ୟ ପ୍ରସ୍ତୁତ କରି ଅନ୍ୟକୁ ଖୁଆଇ ପାରିବେ ଓ ନିଜେ ଖାଆନ୍ତୁ, ନିଜର ହବି ଯାହା ତାକୁ କରି ନିଜର ଭାଲେଣ୍ଟାଇନ ଡେ଼’ ସେଲିବ୍ରେଟ କରନ୍ତୁ ନିଜ ସହ ।
ସୋସିଆଲ ମିଡ଼ିଆ ଠାରୁ ଦୂରେଇ ରୁହନ୍ତୁ
ଯଦି ଆପଣ ଏକୁଟିଆ ଅଛନ୍ତି ତେବେ ଭାଲେଣ୍ଟାଇନ ଡେ଼’ ଦିନ ଫୋନ ଫ୍ରି ଡେ଼’ ପାଳନ କରନ୍ତୁ । ସୋସିଆଲ ମିଡ଼ିଆ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ଏହି ସବୁ ଚିନ୍ତାଧାରା ଠାରୁ ଦୂରେଇ ରହିବା ପାଇଁ କିଛି ଲକ୍ଷ୍ୟ ସ୍ଥିର କରି କାର୍ଯ୍ୟ କରନ୍ତୁ । ନିଜକୁ ନିଜେ ଧନ୍ୟବାଦର ନୋଟ ଲେଖନ୍ତୁ । ନିଜର ରୁମ୍ ମଧ୍ୟ ଆପଣ ଡେ଼କୋରେଟ କରିପାରିବେ । ନିଜର ପ୍ରିୟ କମେଡ଼ି ଚଳଚିତ୍ର ଦେଖନ୍ତୁ ।




admin 