ଆଜି ବଲାଙ୍ଗୀର ଯିବେ ମୁଖ୍ୟମନ୍ତ୍ରୀ, ବାଟିଂବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ

ଆଜି ବଲାଙ୍ଗୀର ଯିବେ ମୁଖ୍ୟମନ୍ତ୍ରୀ, ବାଟିଂବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ

ଆଜି ବଲାଙ୍ଗୀର ଯିବେ ମୁଖ୍ୟମନ୍ତ୍ରୀ, ବାଟିଂବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି  । ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିବେ  । ଏହାଛଡ଼ା ଏହି ଅବସରରେ ସେ ୫ ଶହ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି କଡ଼ା ସୁରକ୍ଷାର ବ୍ୟବସ୍ଥା କରିଛନ୍ତି  ।

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଦଳୀୟ ନେତା ଏବଂ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ସକାଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନରେ ବଲାଙ୍ଗୀର ଅଭିମୁଖେ ବାହାରିବେ । ୧୦ ଟା ୧୫ ରେ ତୁଷୁରା ଏୟାରଷ୍ଟ୍ରିପରେ ପହଁଚି ହେଲିକେପ୍ଟର ଯୋଗେ ଟିଟିଲାଗଡ ଅଭିମୁଖେ ଯିବେ । ୧୦ ଟା ୩୫ରେ ଟିଟିଲାଗଡ଼ ସ୍ଥିତ ମହିଳା ମହାବିଦ୍ୟାଳୟ ମିନି ଷ୍ଟାଡିୟମରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ, ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ୧୧ଟା ୧୦ରେ ବାହାରି ୧୧ଟା ୨୫ରେ ପାଟଣାଗଡ଼ସ୍ଥିତ ରମାଇ ପଡିଆରେ ପହଞ୍ଚିବେ  । ସେଠାରେ ମଧ୍ୟ ହିତାଧିକାରୀମାନଙ୍କୁ ସମ୍ବୋଧନ କରି କାର୍ଡ ବଣ୍ଟନ, ହରିଶଙ୍କର ପର୍ଯ୍ୟଟନ ପ୍ରକଳ୍ପର ଶିଳାନ୍ୟାସ ଆଦି କାର୍ଯ୍ୟକ୍ରମ ୧୧ଟା ୫୦ରେ ବଲାଙ୍ଗୀର ବାହାରିବେ । ମଧ୍ୟାହ୍ନ ୧୨ଟା ୫ରେ ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମରେ ପ୍ରସ୍ତୁତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ୧୨ଟା ୨୫ରେ ସଭାକୁ ସମ୍ବୋଧନ କରିବା ସହିତ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ, ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି । ୧୨ଟା ୪୦ରେ ସେଠାରୁ ତୁଷୁରା ଯାଇ ୧ଟା ୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ ।