ଅଷ୍ଟ୍ରେଲିଆରେ ଭୂମିକମ୍ପ, ମୃତାହତଙ୍କ ସୂଚନା ନାହିଁ

ଅଷ୍ଟ୍ରେଲିଆରେ ଭୂମିକମ୍ପ, ମୃତାହତଙ୍କ ସୂଚନା ନାହିଁ

ଅଷ୍ଟ୍ରେଲିଆରେ ଭୂମିକମ୍ପ, ମୃତାହତଙ୍କ ସୂଚନା ନାହିଁ

ମେଲ୍ବର୍ଣ୍ଣ: ଅଷ୍ଟ୍ରେଲିଆର ଦକ୍ଷିଣପୂର୍ବାଞ୍ଚଳରେ ବୁଧବାର ସକାଳେ ଭୂମିକମ୍ପର ଝଟ୍‌କା ଲାଗିଛି। ଘରର କାନ୍ଥ ପଡ଼ିଯାଇଛି। ଲୋକମାନେ ଭୟରେ ମେଲ୍ବର୍ଣ୍ଣ ରାସ୍ତା ଉପରକୁ ଦୌଡ଼ି ଆସିଥିଲେ।

ସ୍ଥାନୀୟ ସମୟ ଠିକ୍ ସକାଳ ୯ଟା ପରେ ଦେଶର ଦ୍ବିତୀୟ ମହାନଗରର ପୂର୍ବ ପ୍ରାନ୍ତରେ ଏପରି ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାୟ ୭୦୦ କିଲୋମିଟର୍ ଦୂର ଯାଏଁ ଜଣାପଡ଼ିଥିବା ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। 

ରିକ୍ଟର୍ ସ୍କେଲ୍ରେ ଏହି ଭୂମିକମ୍ପର ତୀବ୍ରତା ୫.୮ ଥିବା କଥା ‘ୟୁଏସ୍ ଜିଓଲୋଜିକାଲ୍ ସର୍ଭେ’ ପ୍ରଥମେ କହିଥିଲା। କିନ୍ତୁ, ତୀବ୍ରତା ୫.୯ ବୋଲି ପରେ ସଂଶୋଧନ କରି କହିଛି। ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରେ ଏହି ଭୂକମ୍ପନ ସଂଘଠିତ ହୋଇଥିଲା।

ଭୂମିକମ୍ପ ପ୍ରକୋପରେ ମେଲ୍ବର୍ଣ୍ଣର ଜନପ୍ରିୟ ବିପଣନ ଅଞ୍ଚଳ ଚାପେଲ୍ ଷ୍ଟ୍ରିଟ୍ରେ ଘରଦ୍ବାରର ଭଙ୍ଗାରୁଜା ଅଂଶ ବିଛାଡ଼ି ହୋଇ ପଡ଼ିବା ସହ କୋଠାବାଡ଼ିରୁ ଇଟା ସବୁ ବାହାରି ଆସିଥିବା ପରି ଦେଖାଯାଉଛି।

ଅଷ୍ଟ୍ରେଲିଆର ଜନାକୀର୍ଣ୍ଣ ଦକ୍ଷିଣପୂର୍ବାଞ୍ଚଳରେ କ୍ବଚିତ୍ ବଡ଼ଧରଣର ଭୂମିକମ୍ପ ସଂଘଠିତ ହୁଏ। ଗଣମାଧ୍ୟମକୁ ମେଲ୍ବର୍ଣ୍ଣ ବିଶ୍ବବିଦ୍ୟାଳୟର ଭୂତତ୍ତ୍ବବିତ୍ ମାଇକ୍ ସାଣ୍ଡିଫୋର୍ଡ କହିଛନ୍ତି, ରିକ୍ଟର୍ ସ୍କେଲ୍ରେ ୬ ତୀବ୍ରତା ମଧ୍ୟରେ ଥିବା ଏହି ଭୂମିକମ୍ପ ହେଉଛି ବହୁଦିନ ପରେ ଦକ୍ଷିଣପୂର୍ବ ଅଷ୍ଟ୍ରେଲିଆରେ ଘଟିଥିବା ବଡ଼ ଅଘଟଣ। ୧୮୦୦ ଶତାବ୍ଦୀ ଶେଷ ଆଡ଼କୁ ଏଠାରେ ୬ ତୀବ୍ରତାସମ୍ପନ୍ନ କେତୋଟି ଭୂମିକମ୍ପ ସଂଘଠିତ ହୋଇଥିଲା।

କିନ୍ତୁ, ଏହି ଭୂମିକମ୍ପରେ କେହି ମୃତାହତ ହୋଇଥିବା ରିପୋର୍ଟ ଆସିନାହିଁ ବୋଲି ନ୍ୟୁୟର୍କରେ ଥିବା ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ କହିଛନ୍ତି। ଏପ୍ରକାରର ଭୂମିକମ୍ପ ଅଷ୍ଟ୍ରେଲିଆ ପାଇଁ ଖୁବ୍ ବ୍ୟତିବ୍ୟସ୍ତକାରକ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆ ପାଇଁ ଏହା ଅତ୍ୟନ୍ତ ବିରଳ ଘଟଣା।