ଆଜି ପ୍ରକାଶ ପାଇବ ଅଫ୍ଲାଇନ୍ +୨ ପରୀକ୍ଷାଫଳ
ଆଜି ପ୍ରକାଶ ପାଇବ ଅଫ୍ଲାଇନ୍ +୨ ପରୀକ୍ଷାଫଳ
ଭୁବେନେଶ୍ୱର: ଅଫଲାଇନରେ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଚଳିତ ବର୍ଷ କରୋନା ମହାମାରୀ ଭୟ ଯୋଗୁଁ ବିକଳ୍ପ ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏହି ପରୀକ୍ଷା ଫଳକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହୋଇଥିଲେ ।
ତେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଥରେ ଅଫଲାଇନରେ ପରୀକ୍ଷା ଦେବାକୁ ମଧ୍ୟ ଏକ ବିକଳ୍ପ ରଖାଯାଇଥିଲା । ତେବେ ସେମାନେ ପୁଣି ଫର୍ମ ଫିଲପ କରି ପରୀକ୍ଷା ଗୃହରେ ବସି ପରୀକ୍ଷା ଦେଇଥିଲେ। ଏହି ଅଫଲାଇନ୍ ପରୀକ୍ଷା ଅକ୍ଟୋବର ୧ରୁ ୧୧ ମଧ୍ୟରେ ପରୀକ୍ଷା କରାଯାଇଥିଲା । ୨ଟି ଇଲେକ୍ଟିଭ୍ ସବ୍ଜେକ୍ଟ ଓ ମାତୃଭାଷାରେ ପରୀକ୍ଷା ହୋଇଥିଲା
ତେବେ ଗତକାଲି ସନ୍ଧ୍ୟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କୁହାଯାଉଥିଲା କିନ୍ତୁ କୌଣସି କାରଣ ପାଇଁ କାଲି ପ୍ରକାଶ ପାଇନଥିଲା । ତେବେ ଆଜି ଅଫଲାଇନରେ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ୧୩ହଜାର ୪୩ ଜଣ ପରୀକ୍ଷାର୍ଥୀ ଅଫଲାଇନରେ ପରୀକ୍ଷା ଦେବା ପାଇଁ ପଞ୍ଜିକୃତ କରିଥିଲେ । ତେବେ www.orissaresults.nic.in ୱେବସାଇଟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ।




admin 