ଆଜି ଠାରୁ ୪ଦିନ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ ଲୋକସେବା ଭବନ

ଆଜି ଠାରୁ ୪ଦିନ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ ଲୋକସେବା ଭବନ

ଆଜି ଠାରୁ ୪ଦିନ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ ଲୋକସେବା ଭବନ
ଭୁବନେଶ୍ୱର - ଶୀତଦିନିଆ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି । ତେଣୁ ଉଦ୍ୟାନର ଏହି ଶୋଭା ଯେପରି ସାଧାରଣ ଲୋକ ଉପଭୋଗ କରିପାରିବେ, ସେଥିପାଇଁ ଜାନୁଆରୀ ୧୧ (ଦ୍ୱିତୀୟ ଶନିବାର, ଜାନୁଆରୀ ୧୨ (ରବିବାର), ଜାନୁଆରୀ ୧୯(ରବିବାର), ଜାନୁଆରୀ ୨୫ (ଚତୁର୍ଥ ଶନିବାର) ଏବଂ ଜାନୁଆରୀ ୨୬ (ରବିବାର ତଥା ସାଧାରଣତନ୍ତ୍ର ଦିବସ) ଦିନ ଅପରାହ୍ନ ୩ଟାରୁ ୫.୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ଜନସାଧାରଣ ଉପରୋକ୍ତ ତାରିଖ ଦିନ ନିର୍ଦ୍ଧାରିତ ସମୟରେ ଲୋକସେବା ଭବନରେ ଏକ ନମ୍ବର ଗେଟ୍ ମଧ୍ୟ ଦେଇ ପ୍ରବେଶ କରିପାରିବେ ।