ଆଜି ଓଜେଇଇ ଫଳ

ଆଜି ଓଜେଇଇ ଫଳ

ଆଜି ଓଜେଇଇ ଫଳ
ଭୁବନେଶ୍ୱର : ବୁଧବାର ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ । ମଧ୍ୟାହ୍ନ ୧୨ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସଚିବାଳୟର ଦ୍ୱିତୀୟ ମହଲାରେ ଥିବା ସାଧାରଣ ପ୍ରଶାସନ ବିଭାଗ ସମ୍ମିଳନୀ କକ୍ଷରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ । ଉଭୟ ଅନଲାଇନ ଓ ଅଫଲାଇନ ପରୀକ୍ଷା ଫଳ ଏକାସଙ୍ଗେ ପ୍ରକାଶ ପାଇବା ଚଳିତ ବର୍ଷ ଅଫଲାଇନରେ ୨୫ ହଜାର ୭୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଅନଲାଇନରେ ୧୩ ହଜାର ୯୧୮ ଜଣ ପିଲା ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ହେବା ପରେ ପରୀକ୍ଷାର୍ଥୀ ଓଜେଇଇ ୱେବସାଇଟ www.ojee.nic.in ରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ସୂଚନା ଯୋଗ୍ୟ ଯେ ଏମବିଏ, ଏମସିଏ, ଏମ.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ, ଏମ୍.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍ସିଏ ପାଠ୍ୟକ୍ରମରେ ନାମ ଲେଖା ଲାଗି ଗତ ୮ ଓ ୯ ତାରିଖରେ ପ୍ରଥମ ଥର ଲାଗି ଅନଲାଇନରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେହିପରି ଲାଟେରାଲ ଏଣ୍ଟି ବି.ଟେକ୍ ସମେତ ଲାଟେରାଲ ଏଣ୍ଟ୍ରି ବି.ଫାର୍ମା, ବି.ଫାର୍ମା, ଇଣ୍ଟିଗ୍ରେଟେଡ ଏମ୍ବିଏ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ଗତ ମାସ ୧୮ ତାରିଖରେ ପେନ୍ ଆଣ୍ଡ ପେପର ବେସଡ ବା ଅଫଲାଇନରେ ପରୀକ୍ଷା କରାଯାଇଥିଲା ।