ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ

ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ଜୁନିଅର କଲେଜ ଗୁଡିକରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହେବ । ... .. ... ରେ ଅନଲାଇନରେ ଆବେଦନ କରିପାରିବେ । ୨୦ ତାରିଖ ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିହେବ । ପ୍ରଥମ ମେରିଷ୍ଟ ଲିଷ୍ଟ ଜୁନ ୨୬ ରେ ବାହାରିବ । ଯାହାର ନାମ ଲେଖା ଜୁନ ୨୮ରୁ ଜୁଲାଇ ୫ ତାରିଖ ମଧ୍ୟରେ ହେବ । ସେହିପରି ଦ୍ୱିତୀୟ ତାଲିକା ଜୁଲାଇ ୮ରେ ବାହାରିବା ସହିତ ଜୁଲାଇ ୯ରୁ ୧୧ ତାରିଖ ମଧ୍ୟରେ ନାମ ଲେଖା ହେବ । ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ସରିବା ପରେ ବଳକା ସିଟ ଗୁଡିକରେ ସ୍ୱଟ ଆଡିମିଶନ ପାଇଁ ଜୁଲାଇ ୧୬ ରେ ମେରିଷ୍ଟ ବାହାରିବ । ଯାହାର ନାମ ଲେଖା ଜୁଲାଇ ୨୦ରୁ ୨୨ ମଧ୍ୟରେ ସରିବ । ଜୁଲାଇ ୨୪ରୁ ପାଠ ପଢା ଆରମ୍ଭ ହେବ । ନାମଲେଖା ସମ୍ପର୍କିତ ଅସୁବିଧା ପାଇଁ ଛାତ୍ରଛାତ୍ରିମାନେ ନିକଟରେ ଥିବା ସାମସ୍ ରିସୋର୍ସ ସେଂଟର ଗୁଡିକରେ ଯୋଗାଯୋଗ କରିପାରିବେ । ନଚେତ ସଂଯୋଗ ହେଲପ୍ ଲାଇନ ଟୋଲ ଫ୍ରି ନମ୍ବର(୧୫୫୩୩୫ କିମ୍ବା ୧୮୦୦-୩୪୫-୬୭୭୦)ରେ କଲ୍ କରିପାରିବେ ।