ଆଜିଠାରୁ ନିଟ୍ ପିଜି କାଉନ୍ସେଲିଂ
ଆଜିଠାରୁ ନିଟ୍ ପିଜି କାଉନ୍ସେଲିଂ
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଏମ୍ବିବିଏସ୍ ନିଟ୍ ପିଜି କାଉନ୍ସେଲିଂ। ୨୦୨୧-୨୨ ବର୍ଷ ପାଇଁ ଏମବିବିଏସ, ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଓଜେଇଇ ପରିଚାଳିତ ନିଟ୍ ପିଜି କାଉନସେଲିଂ ଆରମ୍ଭ ହେଉଛି। ଓଜେଇଇ ୱେଟସାଇଟ ଓଜେଇଇ.ଏନ୍ଆଇସି ବା ଡବ୍ଲୁଡବ୍ଲୁଡବ୍ଲୁ.ଓଡ଼ିଶାଜେଇଇ.କମ୍ରେ ଏ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ ।
ଆଜି ମଧ୍ୟାହ୍ନ ୧୨ଟାରୁ ଆସନ୍ତା ୧୮ ତାରିଖ ମଧ୍ୟରେ ରେଜିଷ୍ଟ୍ରେସନ, ଅନଲାଇନ୍ ଆପ୍ଲିକେସନ ସାଙ୍ଗକୁ ଫି ଡିପୋଜିଟ, ଡକ୍ୟୁମେଣ୍ଟ ଅପଲୋଡିଂ ଏବଂ ଅନଲାଇନ୍ ଫେରିଫିକେସନ ପାଇଁ ସମୟ ଓ ଦିନ ଧାର୍ୟ୍ୟ କରାଯାଇପାରିବ ।
ଜାନୁଆରୀ ୨୦ ତାରିଖରେ ଏ ସମ୍ପନ୍ଧିତ ସମସ୍ତ ତଥ୍ୟ ୱେବସାଇଟରେ ଉପଲବ୍ଧ ହେବ । ଜାନୁଆରୀ ୨୪ରେ ଓଜେଇଇ କର୍ତ୍ତୃପକ୍ଷ ପ୍ରୋଭିଜିନାଲ ମେରିଟ ଲିଷ୍ଟ ତାଲିକା ପ୍ରକାଶ କରିବେ । ୨୭ ଜାନୁଆରୀରେ ଫାଇନାଲ ମେରିଟ ଲିଷ୍ଟ ପ୍ରକାଶ ପାଇବ ।




admin 