ଆଜିଠାରୁ ଦଶମ ଶ୍ରେଣୀ ସମେଟିଭ୍‌ ପରୀକ୍ଷା

ଆଜିଠାରୁ ଦଶମ ଶ୍ରେଣୀ ସମେଟିଭ୍‌ ପରୀକ୍ଷା

ଆଜିଠାରୁ ଦଶମ ଶ୍ରେଣୀ ସମେଟିଭ୍‌ ପରୀକ୍ଷା

ଭୁବନେଶ୍ୱର: କରୋନା ସଂକ୍ରମଣ ଭିତରେ ଆଜିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀର ସମେଟିଭ ପରୀକ୍ଷା। ଆଜି ପ୍ରଥମ ସିଟିଂରେ ଓଡିଆ ପରୀକ୍ଷା ଦେବେ ଛାତ୍ରଛାତ୍ରୀ  । ଦ୍ୱିତୀୟ ସିଟିଂରେ ଗଣିତ ରହିଛି  । ଏଥିଲାଗି ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ।

 

ସକାଳ ୧୦ଟାରୁ ୧୧ଟା ଓ ଦିନ ୧୨ଟାରୁ ଗୋଟାଏ ଯାଏଁ ଦୁଇଟି ସିଟିଂରେ ପରୀକ୍ଷା ହେବ  । ଚାରିଦିନ ଧରି ପରୀକ୍ଷା ଚାଲିବ । ପ୍ରଥମ ତିନିଦିନ ଥିଓରୀ ପରୀକ୍ଷା ଥିବାବେଳେ ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ  । ମଲଟିପୁଲ୍ ଚଏସ୍ ବେସଡ୍ ଓଏମ୍ଆର ସିଟ୍ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ  । ମୋଟ୍ ୫୦ ମାର୍କର ପରୀକ୍ଷା ହେବ  । ଏଥିପାଇଁ ୩୧୧ଟି ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି  ।

ସୂଚନା ଅନୁସାରେ ଚଳିତ ବର୍ଷ ୫ଲକ୍ଷ ୭୬ ହଜାର ୨୨୩ ଜଣ ଛାତ୍ରଛାତ୍ରୀ ପ୍ରଥମ ଥର ଲାଗି ମାଟ୍ରିକ ସମେଟିଭ ପରୀକ୍ଷା ଦେବେ ।  ପ୍ରତି କ୍ଲାସ୍ରୁମ୍ରେ ଅତି ବେଶୀରେ ୨୪ ଜଣ ଛାତ୍ରଛାତ୍ରୀ ବସିବେ  । ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ କୋଭିଡ ଗାଇଡ୍ ଲାଇନ୍କୁ କଡାକଡି ଭାବେ ପାଳନ କରିବାକୁ ବୋର୍ଡ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ପ୍ରତିଦିନ ପରୀକ୍ଷା ପରେ ପରୀକ୍ଷା ଗୃହ ଗୁଡିକ ସାନିଟାଇଜ୍ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।