କୋର୍ଟଙ୍କ ରାୟ ପରେ ବି ବାହାରେ ତପସ୍ବିନୀ
କୋର୍ଟଙ୍କ ରାୟ ପରେ ବି ବାହାରେ ତପସ୍ବିନୀ
ବ୍ରହ୍ମପୁର: ସୁମିତ-ତପସ୍ୱିନୀ ବିବାଦରେ ଗତକାଲି କୋର୍ଟ ରାୟ ଦେଇଥିଲେ । ଏହି ରାୟରେ ତପସ୍ୱିନୀ ସୁମିତଙ୍କ ଘରେ ରହିବେ ବୋଲି କୁହାଯାଇଥିଲା । ତେବେ କୋର୍ଟଙ୍କ ରାୟ ପରେ ବି ସମୁତିଙ୍କ ଘରକୁ ଯାଇ ନାହାନ୍ତି ତପସ୍ୱିନୀ । ରହିବା ଘରକୁ ନେଇ ବିବାଦ ଦେଖାଦେଇଛି । ଦୁଇ ମହଲା ଘର ମଧ୍ୟରୁ ତଳ ଘର ଅର୍ଥାତ ବିବାହ ପରେ ସେ ଯେଉଁ ଘରେ ରହୁଥିଲେ, ସେହି ଘରେ ରହିବାକୁ ଚାହୁଁଛନ୍ତି ତପସ୍ୱିନୀ । ହେଲେ ସୁମିତଙ୍କ ଘର ଲୋକେ ତାଙ୍କୁ ଉପର ଘରେ ରହିବାକୁ କହୁଛନ୍ତି । ଉପରେ ଘରେ କେହି ରହୁନଥିବାରୁ ଘର ମଧ୍ୟ ସଫା ହୋଇନାହିଁ ।
ତେଣୁ ଉପର ଘରେ ରହିବାକୁ ରାଜି ନାହାନ୍ତି ତପସ୍ୱିନୀ । ତେଣୁ ଗତକାଲି ରାତିରେ ସେ ପୂର୍ବ ପରି ଘର ଗ୍ୟାରେଜରେ ରହିଥିଲେ । ଅନ୍ୟପଟେ ଜିଲ୍ଲା ଜଜଙ୍କ ରାୟକୁ ଚ୍ୟାଲେଂଜ କରି ହାଇକୋର୍ଟରେ ଅପିଲ କରାଯିବ ବୋଲି ସୁମିତଙ୍କ ଓକିଲ କହିଛନ୍ତି । ଗତକାଲି ତପସ୍ୱିନୀଙ୍କ ସପକ୍ଷରେ ରାୟ ଦେଇଥିଲେ କୋର୍ଟ । ତପସ୍ୱିନୀ ଶାଶୁ ଘରେ ରହିବା ସହ ତାଙ୍କ ଦୈନନ୍ଦିନ ଖର୍ଚ୍ଚ ପାଇଁ ଡାକ୍ତର ସୁମିତ ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ କରିବାକୁ କହିଥିଲେ କୋର୍ଟ ।
ଗତକାଲି ନ୍ୟାୟ ପାଇଁ ଦୀର୍ଘ ୪୪ଦିନର ସଂଘର୍ଷ ପରେ ଶେଷରେ ବୋହୂ ତପସ୍ୱିନୀ ଦାଶଙ୍କ ସପକ୍ଷରେ କୋର୍ଟ ରାୟ ଦେଇଥିଲେ । ସେ ଶ୍ୱଶୁର ଘରେ ରହିବେ ବୋଲି କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ତପସ୍ୱିନୀଙ୍କ ଦ୍ୱାରା ରୁଜୁ କରାଯାଇଥିବା ଏକ ଅପିଲ୍ର ଶୁଣାଣି କରି ଗଞ୍ଜାମ ଜିଲ୍ଲା ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । ଆଇନ ଅନୁସାରେ ତପସ୍ୱିନୀ ହେଉଛନ୍ତି ଡା.ସୁମିତ ସାହୁଙ୍କ ପନôୀ । ଏଣୁ ତପସ୍ୱିନୀ ଶ୍ୱଶୁରଙ୍କ ଘରେ ରହି ପାରିବେ ବୋଲି ଜିଲ୍ଲାଜଜ୍ ତାଙ୍କ ଚୂଡାନ୍ତ ରାୟରେ ଉଲ୍ଲେଖ କରିଥିବା ତାଙ୍କର ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ।




admin 