ଦେଶରେ କରୋନା ଗ୍ରାଫ୍‌ ଉପରମୁହାଁ, ୫୦ ହଜାର ଟପିଲା

ଦେଶରେ କରୋନା ଗ୍ରାଫ୍‌ ଉପରମୁହାଁ, ୫୦ ହଜାର ଟପିଲା

ଦେଶରେ କରୋନା ଗ୍ରାଫ୍‌ ଉପରମୁହାଁ, ୫୦ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଲାଣି କରୋନା ଗ୍ରାଫ । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗଥିଲା କିନ୍ତୁ ବର୍ତ୍ତମାନ ପୁଣି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି  । ଗତ ୨୪ଘଣ୍ଟାରେ ଦେଶରେ ୫୦ହଜାର ପାର୍ କରିଛି ଦୈନିକ ସଂକ୍ରମଣ । ଆଜି ଦେଶରେ ୫୮ହଜାର ୯୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭ୍ ହାର ୪.୧୮ ପ୍ରତିଶତକୁ ବୃଦ୍ଧି ପାଇଛି ।

ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୨ଲକ୍ଷ ପାର୍ କଲା । ଦେଶରେ ସକ୍ରିୟ ମାମଲା ରହିଛି ୨ଲକ୍ଷ ୧୪ହଜାର ୦୦୪ ରହିଛି ଓ ଏବେ ସୁଦ୍ଧା ମୋଟ ୩କୋଟି ୪୩ଲକ୍ଷ ୨୧ହଜାର ୮୦୩ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।