ଆଜିଠାରୁ ଘର ଘର ଦସ୍ତକ ଟିକାକରଣ

ଆଜିଠାରୁ ଘର ଘର ଦସ୍ତକ ଟିକାକରଣ

ଆଜିଠାରୁ ଘର ଘର ଦସ୍ତକ ଟିକାକରଣ

ଭୁବନେଶ୍ୱର: ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହେଉଛି ଘର ଘର ଦସ୍ତକ ଟିକାକରଣ କାର୍ୟ୍ୟକ୍ରମ। ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ ଓ ଏହା ସହିତ ଉଭୟ ଡୋଜ ଟିକା ନେଇନଥିବା ଲୋକଙ୍କର ତାଲିକା ପ୍ରସ୍ତୁତ କରିବେ। 

ଏ ସବୁ ତଥ୍ୟ ସଂଗ୍ରହ କରାଯିବା ପରେ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ଟିକାଦାନର ବ୍ୟବସ୍ଥା କରାଯିବ ବୋଲି  ପରିବାର କଲ୍ୟାଣ ନିଦେ୍ର୍ଧଶ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି  । ଏହି ମାସ ଶେଷ ସୁଦ୍ଧା ଲୋକଙ୍କ ଶତ ପ୍ରତିଶତ ଟିକା କରଣ ଦିଆ ଯାଇପାରିବ। 

ବର୍ତ୍ତମାନ ପର୍ୟ୍ୟନ୍ତ ଟିକା ନେଇ ନଥିବା ଲୋକଙ୍କୁ ନଭେମ୍ବର ମାସରେ ପଥମ ଡୋଜ  ଟିକା ନେବାକୁ କୁହାଯିବ। ଯାହା ଘର ଘର ଦସ୍ତକ ଟିକା କରଣ କାର୍ୟ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।