ଆକ୍ରମଣର ପ୍ରତିଶୋଧ, ଆଇଏସ୍ଆଇଏସ୍ ଆଡା ଉପରେ ଆମେରିକାର ଡ୍ରୋନ ଆକ୍ରମଣ
ଆକ୍ରମଣର ପ୍ରତିଶୋଧ, ଆଇଏସ୍ଆଇଏସ୍ ଆଡା ଉପରେ ଆମେରିକାର ଡ୍ରୋନ ଆକ୍ରମଣ
ନୂଆଦିଲ୍ଲୀ : କାବୁଲ ବିସ୍ଫୋରଣ ଘଟଣାରେ ଆମେରିକା ପ୍ରଥମ ପ୍ରତିଶୋଧ ନେଇଛି। କାବୁଲ ବିମାନବନ୍ଦର ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଆଇଏସ-କେ (ଖୁରାସନ) ଆତଙ୍କବାଦୀଙ୍କ ଆଡ଼ା ପୂର୍ବ ଆଫଗାନିସ୍ତାନରେ ଆମେରିକା ବାୟୁସେନା ଡ୍ରୋନ ଆକ୍ରମଣ କରିଛି । ପାକିସ୍ତାନ ସୀମା ସଂଲଗ୍ନ ପୂର୍ବ କାବୁଲର ନଙ୍ଗରହାରରେ ହୋଇଥିବା ଡ୍ରୋନ ଆକ୍ରମଣ ଇସଲାମିକ ଷ୍ଟେଟ ଆତଙ୍କବାଦୀଙ୍କ ଏକ ଶିବିରକୁ ଛାରଖାର ହୋଇଯାଇଛି। ଏହି କାର୍ୟ୍ୟାନୁଷ୍ଠାନରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ନିପାତ ହୋଇଛି ବୋଲି ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଦାବି କରାଯାଇଛି। ଆଗକୁ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଆଇଏସର ଏହି ସଂଚାଳକ ବିମାନ ଆକ୍ରମଣରେ ନିହତ ହୋଇଥିବା ନିଶ୍ଚିତ ବୋଲି ଆଫଗାନ-ଆମେରିକା କମାଣ୍ଡ ସେଣ୍ଟର ପକ୍ଷରୁ କୁହାଯାଇଛି । ପେଣ୍ଟାଗନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଯେଉଁ ଟାର୍ଗେଟକୁ ଆମେ ନଷ୍ଟ କରିବାକୁ ଯୋଜନା କରିଥିଲୁ ତାହା ଶତ ପ୍ରତିଶତ ସଫଳ ହୋଇଛି । ଆକ୍ରମଣରେ କୌଣସି ସାଧାରଣ ଲୋକଙ୍କ ମୃତ୍ୟୁ ହୋଇ ନାହିଁ ବୋଲି କୁହାଯାଇଛି। ଆଫଗାନିସ୍ତାନରେ ଥିବା ଆମେରିକୀୟ ନାଗରିକଙ୍କୁ ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି । ବିମାନବନ୍ଦରର ୩ଟି ଗେଟ ତୁରନ୍ତ ଛାଡ଼ିଦେବାପାଇଁ ଆାମରିକା ଏହାର ନାଗରିକଙ୍କୁ ସତର୍କ କରିଛି ଏବଂ କୌଣସି ସ୍ଥାନରେ ଭିଡ଼ ନକରିବାକୁ କହିଛି ।




admin 