ଅଖା ଭିତରୁ ଯୁବତୀଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ
ଅଖା ଭିତରୁ ଯୁବତୀଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହରସ୍ଥିତ ଗ୍ରାସିମ ଇଣ୍ଡଷ୍ଟ୍ରିଜ୍ ନିକଟ ଋଷିକୁଲ୍ୟା ନଦୀରୁ ଶନିବାର ଜଣେ ଯୁବତୀଙ୍କ ଶବ ଉଦ୍ଧାର କରାଯାଇଛି। ଯୁବତୀଙ୍କ ଶବ ଅଖା ଭିତରେ ପଥର ସହ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଛି। ଯୁବତୀଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବତୀଙ୍କ ପରିଚୟ ଏଯାବତ ମିଳିନି । ସକାଳେ ନଦୀରେ ଏକ ଜରିଅଖା ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଗଞ୍ଜାମ ଥାନା ପୁଲିସକୁ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସ.ପି.ଠାକୁର ପ୍ରସାଦ ପାତ୍ରଙ୍କ ସମେତ ଗଞ୍ଜାମ , ଛତ୍ରପୁର, ଚମାଖଣ୍ଡି ଥାନାଧିକାରୀ ପ୍ରମୁଖ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ । ଶବଟି ସଂପୂର୍ଣ୍ଣ ଭାବେ ପଚି ଯାଇଥିବା ସହ ବେକରେ କଳାଦାଗ ମଧ୍ୟ ରହିଛି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିବା ପରେ ଗଞ୍ଜାମ ଥାନାରେ କେସ ନମ୍ବର ୧୪୯ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଛି ।




admin 