ଆଇନଜୀବୀଙ୍କ ଜାମିନ ଆବେଦନ ପୁଣି ଖାରଜ

ଆଇନଜୀବୀଙ୍କ ଜାମିନ ଆବେଦନ ପୁଣି ଖାରଜ

ଆଇନଜୀବୀଙ୍କ ଜାମିନ ଆବେଦନ ପୁଣି ଖାରଜ

ସମ୍ବଲପୁର: ପୁଣି ନିରାଶ ହେଲେ ସମ୍ବଳପୁରର ଗିରଫ ଆଇନଜୀବୀ। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଗିରଫ ହୋଇଥିବା ଏହି ଆଇନଜୀବୀଙ୍କ ଜାମିନ ଆବେଦନକୁ ପୁଣି ଖାରଜ ଦେଇଛନ୍ତି କୋର୍ଟ। ସମ୍ବଲପୁର ଜିଲ୍ଲା ଓ ଦୌରା ଜଜ୍ ଗୁରୁବାର ସେମାନଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ପୂର୍ବରୁ ମଧ୍ୟ ଏହି ଗିରଫ ଆଇନଜୀବୀମାନେ ଏସଡିଜେଏମ୍ କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।


ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇ ଆସିଥିବା ବେଳେ ଗତ ୧୨ ତାରିଖରେ ଏହା ତୀବ୍ର ରୂପ ଧାରଣ କରିଥିଲା। ଓକିଲଙ୍କ ସହ ସାଧାରଣ ଲୋକ ସାମିଲ ହୋଇଥିଲେ ଏବଂ ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ପରେ ସମ୍ବଲପୁର ଜିଲ୍ଲା ବାର  ଆସୋସିଏସନର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରିଛି ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ। ସେମାନଙ୍କ ଲାଇସେନକୁ ଆସନ୍ତା ୧୮ ମାସ ପର୍ୟ୍ୟନ୍ତ ନିଲମ୍ବନ କରାଯାଇଛି।