ଆଜି ବଉଳ ଅମାବାସ୍ୟା

ଆଜି ବଉଳ ଅମାବାସ୍ୟା

ଆଜି ବଉଳ ଅମାବାସ୍ୟା

ଭୁବନେଶ୍ୱର: ପୌଷ ଅମାବାସ୍ୟା ଦିନ ଓଡ଼ିଶାର ଘରେ ଘରେ ପାରମ୍ପରିକ ରୀତିରେ ପାଳିତ ହୁଏ ବକୁଳ ବା ବଉଳ ଅମାବାସ୍ୟା । ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ । ଲୋକଙ୍କ ବିଶ୍ୱାସ ଯେ, ବଉଳ ଅମାବାସ୍ୟା ଦିନ ବିଧିପୂର୍ବକ ପୂଜା କଲେ, ଗଛରେ ବହୁତ ଫଳ ହୁଏ ।

ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ସକାଳ ଧୂପରେ ଗଇଁଠା ପିଠା ସହ ବଉଳ ଲାଗିହୁଏ । ଏହି ଦିନ ଘରଣୀମାନେ ଘରେ ଗଇଁଠା ପିଠା ସହ ବଉଳ ଲାଗିହୁଏ । ଏହି ଦିନ ଘରଣୀମାନେ ଘରେ ଗଇଁଠା ପିଠା ତିଆରି କରି ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, ଗୁଆ, ପିଜୁଳି ଆଦି ଗଛ ମୂଳରେ ପୂଜା କରିଥାନ୍ତି । ଏହା ପୂର୍ବରୁ ଗଛ ମୂଳକୁ ଭଲଭାବେ ସଫା କରି ଗୋବରରେ ଲିପାଯାଏ । ତା’ପରେ ଚିତା ପକାଯାଏ । ସନ୍ଧ୍ୟାରେ ଗଛ ଗୁଡ଼ିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୁର, ଧୂପଦୀପ ଦେଇ ଗଇଁଠା ପିଠାରେ ପୂଜା କରାଯାଏ । ବଉଳ ଧରିଥିବା ଆମ୍ବଗଛ ମୂଳେ ଗଇଁଠା ପିଠା ଭୋଗ କରାଯାଏ । ଏହି ଭୋଗକୁ ପାଖ ପଡ଼ିଶାରେ ବାଣ୍ଟି ଦିଆଯାଏ ।