ଅଲଗା ହେଲେ ସମନ୍ଥା-ନାଗାଚୈତନ୍ୟ

ଅଲଗା ହେଲେ ସମନ୍ଥା-ନାଗାଚୈତନ୍ୟ

ଅଲଗା ହେଲେ ସମନ୍ଥା-ନାଗାଚୈତନ୍ୟ


ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଫିଲ୍ମର ଚର୍ଚ୍ଚିତ ଷ୍ଟାର ତଥା ସଫଳ ଯୋଡ଼ି କୁହାଯାଉଥିବା ସମନ୍ଥା ରୁଥ୍ ପ୍ରଭୁ ଓ ନାଗାଚୈତନ୍ୟ ପରସ୍ପରଠାରୁ ଅଲଗା ହୋଇଛନ୍ତି । ଦୀର୍ଘ ୪ ବର୍ଷର ଦାମ୍ପତ୍ୟ ଜୀବନ ବିତାଇବା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ବହୁଦିନ ହେବ ଚର୍ଚ୍ଚା ହେଉଥିବାବେଳେ ଅଭିନେତ୍ରୀ ସମନ୍ଥା ଖୋଦ୍ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ନେଇ ସୂଚନା ଦେଇଛନ୍ତି । ନାଗାଚୈତନ୍ୟ ମଧ୍ୟ ଏହାକୁ ସେୟାର କରିଛନ୍ତି । ଉଭୟଙ୍କ ଦାମ୍ପତ୍ୟ ଜୀବନର ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ତାଙ୍କ ଜୀବନର ଗୋପନୀୟତାକୁ ସମ୍ମାନ ଦେବାକୁ ସେ ସଭିଙ୍କୁ ଅନୁରୋଧ କରିଛନ୍ତି ।  ଦକ୍ଷିଣ ଭାରତରେ ଉଭୟ ସୁପରଷ୍ଟାର ଭାବେ ପରିଚିତ । ସମନ୍ଥାଙ୍କ କ୍ରେଜ୍ ଅଭିନେତ୍ରୀମାନଙ୍କ ମଧ୍ୟରେ ଢେର ଅଧିକ । ଅନ୍ୟପକ୍ଷେ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ଭାବେ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନାଗାଚୈତନ୍ୟ । ଉଭୟ ନାଗାଚୈତନ୍ୟ ଓ ସମନ୍ଥାଙ୍କ ମଧ୍ୟରେ ଫିଲ୍ମରୁ ହିଁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ପରେ ଏହା ବିବାହର ରୂପ ନେଇଥିଲେ । ତେବେ ବିଭିନ୍ନ କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିବାରୁ ବିବାହ ବିଚ୍ଛେଦ ହେବ ବୋଲି ଗତ କିଛି ମାସ ହେବ ଚର୍ଚ୍ଚା ହେଉଥିଲା । ଏବେ ସହମତିରେ ଉଭୟ ପରସ୍ପରଠାରୁ ଅଲଗା ହୋଇଛନ୍ତି । ୨୦୧୭ ଅକ୍ଟୋବର ୬ରେ ଉଭୟଙ୍କ ବିବାହ ହୋଇଥିଲା । ୪ ବର୍ଷ ପରେ ଉଭୟ ଅଲଗା ହେଲେ ।