ଅଭାବନୀୟ ଘଟଣା : ଛଟପଟ ହେଉଛନ୍ତି ୨ହାତୀ
ଅଭାବନୀୟ ଘଟଣା : ଛଟପଟ ହେଉଛନ୍ତି ୨ହାତୀ
ବାରିପଦା: ଆଜି ସକାଳୁ ବାରିପଦା ରେଞ୍ଜ ହଳଦୀବଣି ସେକ୍ସନର କାଠରୋମା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖାଲରେ ପଡି ଛଟପଟ ହେଉଛନ୍ତି ୨ ହାତୀ । ବାହାରିବାକୁ ବାଟ ପାଉନାହାନ୍ତି ।
ସୂଚନା ଅନୁସାରେ କାଠରୋମା ଗାଁରେ ଥିବା ଏକ ଖାଲ କାଦୁଅ, ପାଣିରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ରାତିରେ ୨ ହାତୀ ଉକ୍ତ ଖାଲରେ ପଡି ଯାଇଛନ୍ତି । ସ୍ଥାନୀୟ ଲୋକେ ଆଜି ସକାଳେ ହାତୀଦ୍ୱୟଙ୍କୁ ଖାଲରେ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ହାତୀଦ୍ୱୟଙ୍କୁ ଉଦ୍ଧାର ପାଇଁ ଜେସିବି ମେସିନ ଆସି ସାରିଛି । ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ବାରିପଦା ଡିଏଫଓ କହିଛନ୍ତି।
ଗତ କିଛି ଦିନ ହେଲାଣି କାଠରୋମା ଗାଁ ଆଖପାଖ ଅଂଚଳରେ ଏକ ୨୩ ଟିକିଆ ହାତୀପଲ ବୁଲୁଥିଲେ । ଗତ କାଲି ବିଳମ୍ବିତ ରାତିରେ ଏହି ୨ ହାତୀ କୌଣସି କାରଣରୁ ଖାଲରେ ପଡି ଯାଇଥିବା ବେଳେ ଆଉ ବାହାରକୁ ବାହାରି ପାରି ନ ଥିଲେ । ଫଳରେ ରାତି ସାରା ହାତୀ ୨ଟି ପାଣି କାଦୁଅରେ ଫସି ଗର୍ଜନ କରିଥିଲେ ।




admin 