ଅପରାଜିତା ଦେଶର ସର୍ବଶ୍ରେଷ୍ଠ ସାଂସଦ

ଅପରାଜିତା ଦେଶର ସର୍ବଶ୍ରେଷ୍ଠ ସାଂସଦ

ଅପରାଜିତା ଦେଶର ସର୍ବଶ୍ରେଷ୍ଠ ସାଂସଦ
ଭୁବନେଶ୍ୱର:ଅପରାଜିତା ଷଡଙ୍ଗୀ ଦେଶର ସର୍ବଶ୍ରେଷ୍ଠ ସାଂସଦ ହୋଇଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଶ୍ରେଷ୍ଠ ସାଂସଦ ମାନ୍ୟତା ପାଇଛନ୍ତି । ଇଣ୍ଡିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ସର୍ଭେ ହୋଇଥିଲା । ସର୍ବଭାରତୀୟ ସର୍ଭେରେ ସର୍ବଶ୍ରେଷ୍ଠ ସାଂସଦ ୨୦୨୦ ଭାବେ ବିବେଚିତ ହୋଇଛନ୍ତି । ସର୍ବଶ୍ରେଷ୍ଠ ସାଂସଦ ମାନ୍ୟତା ପରେ ଅପରାଜିତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଶ୍ରେଷ୍ଠ ସାଂସଦ ମନୋନୀତ ହେବା ପରେ ଟୁଇଟ୍ କରି ନିଜ ପ୍ରତିକ୍ରିୟାରେ ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି,‘ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆର ଫଳାଫଳ ଜାଣି ମୁଁ ଆନନ୍ଦିତ। ଲୋକଙ୍କ ପାଇଁ ଗତ ବର୍ଷ କରିଥିବା କାମର ଏହା ପୁରସ୍କାର, ଯାହାକି ମୋତେ ଅନେକ କିଛି ଶିଖାଇବ। ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି।’