ଅନ୍‌ଲାଇନ ଟ୍ରେଡିଂ କରି ହରେଇଲେ ୫୦ ଲକ୍ଷ, ନେଲେ ଏହି ପଦକ୍ଷେପ

ଅନ୍‌ଲାଇନ ଟ୍ରେଡିଂ କରି ହରେଇଲେ ୫୦ ଲକ୍ଷ, ନେଲେ ଏହି ପଦକ୍ଷେପ

ଅନ୍‌ଲାଇନ ଟ୍ରେଡିଂ କରି ହରେଇଲେ ୫୦ ଲକ୍ଷ, ନେଲେ ଏହି ପଦକ୍ଷେପ

ଜଳେଶ୍ୱର: ନିଜ ସାଙ୍ଗମାନଙ୍କ ସହ ଅନଲାଇନ ଟ୍ରେଡିଂରେ ଟଙ୍କା ଲଗାଇ କ୍ଷତିର ସମ୍ମୁଖୀନ ହେଲେ। ପରେ ମାନସିକ ଭାରସାମ୍ୟ ହରାଇ ନେଲେ ଏହି ପଦକ୍ଷପେ। ନିଜ ସାଙ୍ଗମାନଙ୍କ ଦ୍ୱାରା ଧୋକ୍କା ଖାଇବା ସହ ଜଳେଶ୍ୱର ଆଇଆଇସିଙ୍କଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟାପରି ରାସ୍ତାକୁ ବାଛିନେଲେ।  ଏପରି ଅଭିଯୋଗ କରିଛନ୍ତି ଜଣେ ରୋଜଗାରିଆ ଇଂଜିନିର ପୁଅର ବାପା।  ସବୁଆଡ଼ୁ ନିରାଶ ହେବା ସହ ନ୍ୟାୟ ନ ମିଳିବାରୁ ମାନସିକ ଭାରସାମ୍ୟ ହରାଇ କୀଟନାଶକ ଔଷଧ ଖାଇ ଦେଇଥିଲେ। ଏହାପରେ ତାଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଗତକାଲି ଆଖି ବୁଜିଲେ ସୌମିତ୍ର । ମୃତଦେହ ଗାଁକୁ ଆସିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

ସୌମିତ୍ରଙ୍କ ବାପା ସ୍ୱରୂପ ନନ୍ଦୀଙ୍କ  କହିବାନୁଯାୟୀ,  ସୌମିତ୍ର  ବାଙ୍ଗାଲୋରରେ ଇନଫୋସିସି କମ୍ପାନିରେ ସଫ୍ଟୱେର କାର୍ୟ୍ୟ କରୁଥିଲେ। କରୋନା ସମୟରେ ଅଫିସ ବନ୍ଦ ହେବା ପରେ ଘରେ କାମ କରୁଥିଲେ। ଏହି ସମୟରେ ସେ ବାଙ୍ଗାଲୋରର ନିଜର ୨ ସାଙ୍ଗ ଓ ଭୁବନେଶ୍ୱରର ଜଣେ ସାଙ୍ଗଙ୍କ ସହ ମିଶି ଅନଲାଇନ୍ ଟ୍ରେଡିଂ ଆରମ୍ଭ କଲେ।  ସୌମିତ୍ରଙ୍କ ମୋବାଇଲରେ ତାଙ୍କ ନାଁରେ ଆକାଉଣ୍ଟ ଖୋଲାଯାଇଥିବା ବେଳେ ଉକ୍ତ ଆକାଉଣ୍ଟରୁ ଟ୍ରେଡିଂ କରାଯାଉଥିଲା ।  ଫଳରେ ଲାଭ ହେଲେ ସବୁ ସାଙ୍ଗ ନେଉଥିବା ବେଳେ ଆର୍ଥିକ କ୍ଷତି କିନ୍ତୁ ସୌମିତ୍ରଙ୍କୁ ଭରଣା କରିବାକୁ ପଡୁଥିଲା । ମନା କରିବା ସତ୍ତ୍ୱେ ସାଙ୍ଗମାନେ ସୌମିତ୍ରଙ୍କ ଆକାଉଣ୍ଟ ବ୍ୟବହାର କରି ଜୋର ଜବରଦସ୍ତ ଟଙ୍କା ଲଗାଉଥିଲେ ।

ଏହିପରି ସୌମିତ୍ର ଲକ୍ଷାଧିକ ଟଙ୍କା ନିଜ ସାଙ୍ଗମାନଙ୍କୁ ଦେବା ସତ୍ତ୍ୱେ ବାକି ଟଙ୍କା ନ ଦେଇ ପାରିବାରୁ ଜଳେଶ୍ୱର ଥାନାରେ ମାମଲା ପହଞ୍ଚିଥିଲା। ତାଙ୍କ ବାପା ଜମି ଜାଗା ବିକ୍ରି କରି ୧୨ ଲକ୍ଷ ଟଙ୍କା ଶୁଝିଥିଲେ। ଏପରିକି ଆଇଆଇସିସି ପୁଅର ମୋବାଇଲ ଓ ଲାପଟପ ଛଡାଇ ରଖିଦେଇଥିବା କହିଛନ୍ତି ମୃତକଙ୍କ ପିତା।  ଏହିଭଳି ବାରମ୍ବାର ବ୍ଲାକମେଲର ଶୀକାର ହେବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ଅଣିଛନ୍ତି ପରିବାର ଲୋକେ ।

ଏନେଇ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ଫୋନ୍ କରିବାକୁ ପୁଲିସ୍ ବିରୋଧରେ ସମସ୍ତେ କୁହନ୍ତି। ଏନେଇ ଡିସିପିଙ୍କ ସହ କଥା ହୁଅନ୍ତୁ ବୋଲି କହିଥିଲେ।