ଅକ୍ଟୋବର ଗାଇଡଲାଇନରେ କ’ଣ ଅଛି

ଅକ୍ଟୋବର ଗାଇଡଲାଇନରେ କ’ଣ ଅଛି

ଅକ୍ଟୋବର ଗାଇଡଲାଇନରେ କ’ଣ ଅଛି


- ସମସ୍ତ ସହରରେ ରାତ୍ରିକାଳୀନ କର୍ଫୁ୍ୟ ବଳବତ୍ତର ରହିବ । ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ସହରାଞ୍ଚଳରେ କର୍ଫୁ୍ୟ ଲାଗୁ ରହିବ ।

-ରାତି ୧୦ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବ ।

-ତେବେ ଦଶହରା ପର୍ବକୁ ଆଖିରେ ରଖି ଟ୍ୱିନସିଟି କଟକ-ଭୁବନେଶ୍ୱରରେ ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫୁ୍ୟ ଲାଗୁ ହେବ।

-ତେଣୁ କଟକ-ଭୁବନେଶ୍ୱରରେ ଏହି ସମୟରେ ସମସ୍ତ ଦୋକାନ ବଜାର ସକାଳ ୫ରୁ ରାତି ୮ଟା ଯାଏ ଖୋଲା ରହି ପାରିବ ।

-ଅକ୍ଟୋବର ମାସରେ  ପାଳନ ହେବାକୁ ସମସ୍ତ ପାର୍ବଣ (ନବରାତ୍ରି, ଦୁର୍ଗାପୂଜା, ଲକ୍ଷ୍ମୀପୂଜା, ଇଦ୍-ଉଲ-ମିଲାଽ) କୋଭିଡ କଟକଣାରେ ପାଳନ ହେବ । ପୂର୍ବରୁ ପାର୍ବଣ ନେଇ ଅଗଷ୍ଟ ୯ ତାରିଖରେ ଜାରି ହୋଇଥିବା କଟକଣା ଅନୁଯାୟୀ ସମସ୍ତ ପାର୍ବଣ ନିରାଡ଼ମ୍ବର ଭାବେ ହେବ ।

-ଏ ମାସରେ ନା କେହି ବାଣ ବିକ୍ରି କରିପାରିବେ ନା କେହି ଫୁଟାଇପାରିବେ । ଏହା ଉପରେ ସମ୍ପୂର୍ଣ୍ଣ ନିଷେଦ୍ଧାଦେଶ ଜାରି କରାଯାଇଛି ।

-ସପ୍ତାହନ୍ତ (ଶନି,ରବି) ସଟଡାଉନ ରହିବ ନାହିଁ ।

-ଧର୍ମାନୁଷ୍ଠାନରେ କିଭଳି ଉତ୍ସବ ପାଳନ ହେବ କିମ୍ବା କେତେ ଶ୍ରଦ୍ଧାଳୁ ଉପସ୍ଥିତ ରହିପାରିବେ, ସେ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ।

-ବିବାହ, ବ୍ରତ, ଶୋଭାଯାତ୍ର, ସାମାଜିକ କାର୍ଯ୍ୟକ୍ରମ, ରାଜନୈତିକ କାର୍ଯ୍ୟକ୍ରମ, ଧାର୍ମିକ କାର୍ଯ୍ୟକ୍ରମ ବାକି ସବୁ କିଛି ସେପ୍ଟେମ୍ବର ମାସର ଗାଇଡଲାଇନ ଅନୁଯାୟୀ ପାଳନ ହେବ ।