‘ସହରାଞ୍ଚଳ ମୋ ସେବା କେନ୍ଦ୍ର’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
‘ସହରାଞ୍ଚଳ ମୋ ସେବା କେନ୍ଦ୍ର’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜଧାନୀରେ ଆଦର୍ଶ ‘ସହରାଞ୍ଚଳ ମୋ ସେବା କେନ୍ଦ୍ର’ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱର ବାପୁଜୀନଗରରେ ସ୍ମାର୍ଟ ସିଟି ସହଯୋଗରେ ଏହି ମୋ ସେବା କେନ୍ଦ୍ର ଆରମ୍ଭ କରାଯାଇଛି। ଏହି କେନ୍ଦ୍ରରେ ସହରାଞ୍ଚଳବାସୀଙ୍କୁ କୃଷକ ପଞ୍ଜୀକରଣ, ଶ୍ରମ ପଞ୍ଜିକରଣ, ମୃତ୍ୟୁ ଏବଂ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ପ୍ୟାନ କାର୍ଡ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଜୀବନ ପ୍ରମାଣ ଇତ୍ୟାଦି ଡିଜିଟାଲ୍ ସେବା ଯୋଗାଇ ଦିଆଯିବ।
ବର୍ତ୍ତମାନସୁଦ୍ଧା ୬୨୦୦ ପଞ୍ଚାୟତରେ ‘ମୋ ସେବା କେନ୍ଦ୍ର’ ପ୍ରତିଷ୍ଠା କରାଯାଇଅଛି। ମୋ ସେବା କେନ୍ଦ୍ର ମାଧ୍ୟମରେ ୪୦୦ରୁ ଉର୍ଦ୍ଧ ସେବା ସୁଲଭ ମୂଲ୍ୟରେ ନାଗରିକଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏହି ମଡେଲ୍ ‘ସହରାଞ୍ଚଳ ମୋ ସେବା କେନ୍ଦ୍ର’ ସହରାଞ୍ଚଳ ନାଗରିକଙ୍କ ବସବାସ କରୁଥିବା ଲୋକଙ୍କ ଦୈନଦିନ ଡିଜିଟାଲ୍ ସେବାର ଅବଶ୍ୟକତାକୁ ପୂରଣକରିବ। ଏହି ସେବାକେନ୍ଦ୍ରରେ ୪ଟି ସାଧାରଣ କାଉଣ୍ଟର ଏବଂ ୨ଟି ଆଧାର କାଉଣ୍ଟର ଉପଲବ୍ଧ କରାଯାଇଛି। ଏହି କେନ୍ଦ୍ରରେ ସାଧାରଣ ଲୋକଙ୍କ ପାଇଁ ସୁବ୍ୟବସ୍ଥିତ ପ୍ରତୀକ୍ଷା ଗୃହର ମଧ୍ୟ ବ୍ୟବସ୍ଥା କରାଯାଇଛି।




admin 