‘ସବୁ ବର୍ଗର କାରରେ ୬ଟି ଏୟାର ବ୍ୟାଗ୍‌ ରହୁ’

‘ସବୁ ବର୍ଗର କାରରେ ୬ଟି ଏୟାର ବ୍ୟାଗ୍‌ ରହୁ’

‘ସବୁ ବର୍ଗର କାରରେ ୬ଟି ଏୟାର ବ୍ୟାଗ୍‌ ରହୁ’

ନୂଆଦିଲ୍ଲୀ: ସବୁ ବର୍ଗର କାର୍ରେ ୬ଟି ଏୟାର ବ୍ୟାଗ୍ ରହୁ। ସମସ୍ତଙ୍କ ଜୀବନ ମୂଲ୍ୟବାନ। ଏପରି କହିଛନ୍ତି କେନ୍ଦ୍ର ସଡ଼କ , ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରି। ସେ କହିଛନ୍ତି, ନିମ୍ନ ଓ ମଧ୍ୟମ ଆୟବର୍ଗର ଲୋକମାନେ ଛୋଟ କାର କିଣିଥାନ୍ତି । କିନ୍ତୁ ଏଗୁଡ଼ିକରେ ପର୍ୟ୍ୟାପ୍ତ ସଂଖ୍ୟକ ଏୟାରବ୍ୟାଗ୍ ନଥାଏ । ଧନୀମାନେ କିଣୁଥିବା କାରରେ ଅଟୋ କମ୍ପାନି ଗୁଡ଼ିକ ୮ଟି ଏୟାରବ୍ୟାଗ୍ ପ୍ରଦାନ କରୁଥିବାରୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କମ ମୂଲ୍ୟର କାରରେ ମଧ୍ୟ ଅଧିକ ଏୟାରବ୍ୟାଗ୍ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଯାତ୍ରୀମାନଙ୍କୁ ସୁରକ୍ଷା ଦେବା ଏବଂ ଦୁର୍ଘଟଣା ସମୟରେ ଲୋକଙ୍କୁ ମୃତୁ୍ୟରୁ ରକ୍ଷା କରିବା ପାଇଁ ଏହା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି । ସରକାର ଗାଡ଼ି ଉପରେ ଅଧିକ ଟିକସ ଆଦାୟ କରୁଛନ୍ତି ଏବଂ କଠୋର ପରିବେଶ ନିୟମ ଯୋଗୁ ଉତ୍ପାଦନ ମୂଲ୍ୟ ବଢ଼ିଯାଉଛି ବୋଲି କମ୍ପାନି ଗୁଡ଼ିକ ମତ ଦେଇଆସୁଛନ୍ତି । ଏଭଳି ସ୍ଥିତିରେ ଗଡ଼କରୀଙ୍କ ମନ୍ତବ୍ୟ କମ୍ପାନିଙ୍କ ଚିନ୍ତା ବଢ଼ାଇ ଦେଇଛି । ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ କମ୍ ମୂଲ୍ୟର କାର କିଣିଥାନ୍ତି । ଯଦି ସେମାନଙ୍କ କାରରେ ଏୟାରବ୍ୟାଗ୍ ନଥାଏ ତାହେଲେ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା ରହିଛି । ସବୁ ବର୍ଗର ଗାଡ଼ିରେ ଅତିକମରେ ୬ଟି ଏୟାରବ୍ୟାଗ୍ ଯୋଗାଇ ଦେବାକୁ ଗଡ଼କରୀ କାର ନିର୍ମାତାମାନଙ୍କୁ ଆହ୍ୱାନ କରିଛନ୍ତି । ଛୋଟ କାରରେ ଅତିରିକ୍ତ ଏୟାରବ୍ୟାଗ୍ ଯୋଗାଇ ଦେଲେ ଗାଡ଼ିର ଦାମ୍ ଅତିକମରେ ୩ ହଜାରରୁ ୪ ହଜାର ବଢ଼ିଯିବ । କିନ୍ତୁ ଦେଶରେ ଗରିବମାନେ ସଡ଼କ ଦୁର୍ଘଟଣାରୁ ସୁରକ୍ଷା ପାଇବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ କହିଛନ୍ତି ଧନୀ ଲୋକମାନଙ୍କ ପାଇଁ କମ୍ପାନି ଗୁଡ଼ିକ ୮ଟି ଏୟାରବ୍ୟାଗ୍ ଯୋଗାଇ ଦେଉଛନ୍ତି । କିନ୍ତୁ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ ବ୍ୟବହାର କରୁଥିବା ଛୋଟ କାରରେ କମ୍ପାନି ଗୁଡ଼ିକ କେବଳ ୨ଟି ଏୟାରବ୍ୟାଗ ପ୍ରଦାନ କରୁଛନ୍ତି । ଏଭଳି କାହିଁକି ବୋଲି ଗଡ଼କରୀ ପ୍ରଶ୍ନ ଉଠାଇଛନ୍ତି ।