‘ବର୍ଜ୍ୟ ବସ୍ତୁରୁ ଉର୍ଜ୍ଜା’ରେ ଅଗ୍ରଣୀ ହେବ ଭାରତ: ଧର୍ମେନ୍ଦ୍ର ପ୍ରଧାନ

‘ବର୍ଜ୍ୟ ବସ୍ତୁରୁ ଉର୍ଜ୍ଜା’ରେ ଅଗ୍ରଣୀ ହେବ ଭାରତ: ଧର୍ମେନ୍ଦ୍ର ପ୍ରଧାନ

‘ବର୍ଜ୍ୟ ବସ୍ତୁରୁ ଉର୍ଜ୍ଜା’ରେ ଅଗ୍ରଣୀ ହେବ ଭାରତ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତିିସଂଘ ପରିବେଶ କାର୍ଯ୍ୟକ୍ରମର ସହକାରୀ ମହାସଚିବ ସତ୍ୟ ଏସ୍ ତ୍ରିପାଠୀଙ୍କ ସହ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ବେଳେ ଉଭୟେ ଭାରତର ଜୈବ ବନ୍ଧନ କ୍ଷେତ୍ରରେ ଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ଶ୍ରୀ ପ୍ରଧାନ ‘ବର୍ଜ୍ୟ ବସ୍ତୁର ଉର୍ଜ୍ଜା’ କାର୍ଯ୍ୟକ୍ରମରେ ବିଶ୍ୱରେ ଭାରତକୁ ଅଗ୍ରଣୀ କରିବା ପାଇଁ ଉଦ୍ୟମ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଆଲୋଚନାରେ ବ୍ୟାଙ୍କିଙ୍ଗ ଅନୁଷ୍ଠାନର ମୁଖ୍ୟ ଓ ଜୈବ ଇନ୍ଧନ କ୍ଷେତ୍ରରେ ପ୍ରମୁଖ ଅଂଶୀଦାରମାନେ ଉପସ୍ଥିତ ଥିଲେ । ସିବିଜି, ଜୈବ ଇଥାନଲ, ଜୈବ ସାର ଓ ଜୈବ ଇନ୍ଧନ କ୍ଷେତ୍ରରେ ଥିବା ସୁଯୋଗ ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ ।ସେ କହିଛନ୍ତି, ଭାରତ ସରକାର ଜୈବ ଇନ୍ଧନ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ୫,୦୦୦ ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି । ଏହା ଜୈବ ଇନ୍ଧନ କ୍ଷେତ୍ରରେ ଅର୍ଥନୀତିକୁ ଗତି ଦେବ ଏବଂ ନିଯୁକ୍ତି ସୃଷ୍ଟି କରିବ, ଯାହାକି ଆତ୍ମନିର୍ଭର ଭାରତ ଗଠନ ଦିଗରେ ଅଗ୍ରସର କରାଇବ । କୃଷି ବର୍ଜ୍ୟ ବସ୍ତୁ ଓ ଅନ୍ୟ ଅବଶିଷ୍ଟାଂଶକୁ ଉର୍ଜ୍ଜାରେ ପରିଣତ କରିବା ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସହ ଜନସ୍ୱାସ୍ଥ୍ୟ ଓ ଗ୍ରାମୀଣ ଅର୍ଥନୀତିରେ ସୁପ୍ରଭାବ ପକାଇବ । ଏହି ଆଲୋଚନା ଆବର୍ଜନାରୁ ଉର୍ଜା କାର୍ଯ୍ୟକ୍ରମ ଦିଗରେ ଭାରତର ପ୍ରଚେଷ୍ଟାକୁ ତ୍ୱରାନ୍ୱିତ କରିବ ଏବଂ ଉତ୍ତମ ବ୍ୟବସାୟ ମଡେଲ ପ୍ରତିଷ୍ଠା କରିବ, ଯାହା ଅଂଶୀଦାର, ଚାଷୀ ଓ ଉଦ୍ୟୋଗୀଙ୍କ ପାଇଁ ଫଳପ୍ରଦ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।