‘ପୁଲିସ୍‌ ନ ଧରିଲେ ବି ଦେବାକୁ ପଡ଼ିବ ଜରିମାନା’

‘ପୁଲିସ୍‌ ନ ଧରିଲେ ବି ଦେବାକୁ ପଡ଼ିବ ଜରିମାନା’

‘ପୁଲିସ୍‌ ନ ଧରିଲେ ବି ଦେବାକୁ ପଡ଼ିବ ଜରିମାନା’
ଭୁବନେଶ୍ୱର: ଆପଣ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି । କିନ୍ତୁ ଆପଣଙ୍କୁ ପୁଲିସ ଧରିନାହିଁ । ତେବେ ଭାବନ୍ତୁ ନାହିଁ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବନି । ଏବେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ ନଧରିଲେ ବି ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ । ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ଟ୍ୱିନ ସିଟି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଟ୍ରାଫିକ ନିୟମ ଉଲ୍ଲଂଘନ କଡ଼ାକଡ଼ିଭାବେ ଯାଞ୍ଚ କରାଯାଉଛି । କେହି ଧରାପଡ଼ିଲେ ଜରିମାନା ଚାଲାଣ କଟାଯିବ । ଜରିମାନା ନଦେଲେ ବି ଖିଲାପିଙ୍କ ଖାତାରେ ବକେୟା ପଡ଼ିବ । ଆରଟିଓଙ୍କ ଅଫିସରେ ଖାତାରେ ଜରିମାନା ଗଡ଼ି ଚାଲିବ । ଆରଟିଓ ଖାତାରେ ଗଡ଼ୁଥିବା ଜରିମାନା ସୁଧ ସହ ଦେବାକୁ ପଡ଼ିବ । ତେବେ ଆମେ ଲୋକଙ୍କ ସହ ଯୁକ୍ତିତର୍କ ନକରିବାକୁ ଆମ କର୍ମଚାରୀଙ୍କୁ କହିଛୁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ଶ୍ରୀ ଷଡ଼ଙ୍ଗୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଭଲରେ ନଦେବେ ତାଙ୍କ ଜରିମାନା ଖାତାରେ ଗଡ଼ିବ । ଏମିତିକି ପୁଲିସ ନଧରିଲେ ବି ଉଲ୍ଲଂଘନକାରୀଙ୍କୁ ଜରିମାନା ଦେବାକୁ ପଡ଼ିବ । ନିୟମ ଉଲ୍ଲଂଘନକାରୀଙ୍କୁ ସିସିଟିଭି ଜରିଆରେ ଚିହ୍ନଟ କରାଯିବ । ସିସିଟିଭିରେ ଚିହ୍ନଟ ଖିଲାପୀଙ୍କ ନିକଟକୁ ଚାଲାଣ ପଠାଯିବ । ପୁଲିସ ହାବୁଡ଼ରୁ ଖସିଲେ ବି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କାରାଯିବ ବୋଲି ସେ କହିଛନ୍ତି ।