‘ଆମ ନେତା ବିକ୍ରି ହେବାକୁ ନାହାନ୍ତି’: କମଳନାଥ

‘ଆମ ନେତା ବିକ୍ରି ହେବାକୁ ନାହାନ୍ତି’: କମଳନାଥ

‘ଆମ ନେତା ବିକ୍ରି ହେବାକୁ ନାହାନ୍ତି’: କମଳନାଥ
ଭୋପାଳ: ଏଣିକି ‘ମଧ୍ୟପ୍ରଦେଶ ସରକାର ପ୍ରତି କୌଣସି ସଂକଟ ନାହିଁ । ନିଖୋଜ କୁହାଯାଉଥିବା ଆମର ୩ ଜଣ ବିଧାୟକ ପୁଣି ଆମ ଗହଣକୁ ଫେରି ଆସିଛନ୍ତି । ଆଉ ଆମ ନେତା ବିକ୍ରି ପାଇଁ ନାହାଁନ୍ତି’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କମଳନାଥ । ଦଳର ୪ ଜଣ ବିଧାୟକ ୩ ଦିନ ଧରି ନିଖୋଜ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଇସ୍ତଫା ଦେବାରୁ ସରକାରଙ୍କ ସଙ୍କଟ ବଢ଼ିଯାଇଥିଲା । ତେବେ ଅନ୍ୟ ୩ ଜଣ ବିଧାୟକ ପୁଣି ଦଳକୁ ଫେରି ଆସିଥିବାରୁ କମଳନାଥଙ୍କୁ ବଡ଼ ଆଶ୍ୱସ୍ତ ମିଳିଛି । ସରକାରକୁ ଅସ୍ଥିର କରିବା ପାଇଁ ବିଜେପି ଯେଉଁ ପ୍ରୟାସ ଚଳାଇଛି ତାହା କଦାପି ସଫଳ ହେବ ନାହିଁ ବୋଲି କମଳନାଥ କହିଛନ୍ତି ।