ରାହୁଲ ଗାନ୍ଧିଙ୍କ କରୋନା ଭାଇରସ୍ ଟେଷ୍ଟ

ରାହୁଲ ଗାନ୍ଧିଙ୍କ କରୋନା ଭାଇରସ୍ ଟେଷ୍ଟ

ରାହୁଲ ଗାନ୍ଧିଙ୍କ କରୋନା ଭାଇରସ୍ ଟେଷ୍ଟ
ନୂଆଦିଲ୍ଲୀ: ଏବେ ଦେଶରେ ମାତିଛି କରୋନା ଭୟ । ଏହା ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଗତ ସପ୍ତାହରେ ଇଟାଲିରୁ ଦିଲ୍ଲୀ ଫେରିବା ପରେ ବିମାନ ବନ୍ଦରର ଟର୍ମିନାଲ ୩ରେ ତାଙ୍କର କରୋନା ଭାଇରସ ଟେଷ୍ଟ ସମ୍ପନ୍ନ ହୋଇଥିଲା । ରାହୁଏ ଏହି ବାଧ୍ୟତାମୂଳକ ଯାଞ୍ଚର ସମ୍ମୁଖୀନ ହୋଇଥିଲେ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା ସହ ଧନ୍ୟବାଦ ଦେଇଥିଲେ । ଇଟାଲି ଏବଂ ଅନ୍ୟ ଭାଇରସ ଆକ୍ରାନ୍ତ ଦେଶରୁ ଆସୁଥିବା ବ୍ୟକ୍ତିଙ୍କର ବିମାନ ବନ୍ଦରରେ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି । ରାହୁଲ ୨୯ ଫେବୃୟାରୀ ସନ୍ଧ୍ୟାରେ ମିଲାନରୁ ଏୟାର ଇଣ୍ଡିଆ ବିମାନ ଧରିଥିଲେ ଏବଂ ସକାଳେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ପହଞ୍ଚିବା ପରେ ଅନ୍ୟ ସମସ୍ତ ଯାତ୍ରୀଙ୍କ ସହିତ ତାଙ୍କର ମଧ୍ୟ କରୋନା ଭାଇରସ ଟେଷ୍ଟ ହୋଇଥିଲା ।