ଝିଅର ପ୍ରେମିକକୁ ଟାଙ୍ଗିଆରେ ହାଣିଲା ବାପା ।
ଝିଅର ପ୍ରେମିକକୁ ଟାଙ୍ଗିଆରେ ହାଣିଲା ବାପା ।
admin
Mar 7, 2020 - 07:11
Updated: Mar 7, 2020 - 07:11
ପ୍ରେକିକକୁ ହତ୍ୟା କରି ପ୍ରେମିକାର ବାପା ଗିରଫ । ଏଭଳି ଘଟଣା ଘଟିଛି ଟାଙ୍ଗରପାଲି ସାନପତ୍ରାପାଲି ଗାଁର। ଦୁଇଦିନ ପୂର୍ବେ ସାନପତ୍ରାପାଲି ହରେଶ ନାଏକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । ପ୍ରେମ ବ୍ୟାପାରକୁ ନେଇ ଜୀବନ ନେଇଛି ପ୍ରେମିକାର ବାପା । ନିଜ ପରିବାର ସମ୍ମାନ ରଖିବା ପାଇଁ ଝିଅ ଆଗରେ ଟାଙ୍ଗିଆରେ ହାଣି ସେ ଝିଅର ପ୍ରେମିକକୁ ହତ୍ୟା କରିଛି । ପୁଲିସ ହତ୍ୟାକାରୀ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସାନପତ୍ରାପାଲି ଗାଁର ହରେଶ ପଡୋଶୀ ଖୁଣ୍ଟଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ତାଙ୍କର ଏହି ମିଳାମିଶାକୁ ପ୍ରେମିକାଙ୍କ ବାପା ଅମିନ ନାଏକ ବିରୋଧ କରି ଆସୁଥିଲେ । ଏପରିକି ସେ ହରେଶକୁ ଝିଅ ସହିତ ମିଳାମିଶା ନ କରିବାକୁ ଅନେକ ଥର ତାଗିଦ କରିଥିଲେ । କିନ୍ତୁ ସେମାନେ ଅମିନଙ୍କ କଥାକୁ ଭ୍ରୁକ୍ଷେପ କରିନଥିଲେ । ଏଥିରେ ଅମିନ କ୍ରୋଧାନ୍ୱିତ ହୋଇ ଝିଅର ପ୍ରେମିକ ହରେଶଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଗତ ବୁଧବାର ଦିନ ହରେଶ ପ୍ରେମିକା ସହିତ ଦେଖା କରିବାଲାଗି ଖୁଣ୍ଟଗାଁ ନାଳକଡ଼କୁ ଯାଇଥିଲା । ଅମିନ ଏକ ଟାଙ୍ଗିଆ ଧରି ସେଠାରେ ପହଞ୍ଚି ଝିଅର ଆଖି ଆଗରେ ହରେଶଙ୍କୁ ଚୋଟ ପରେ ଚୋଟ ପକାଇଥିଲେ । ଗୁରୁତର ଅବସ୍ଥାରେ ହରେଶଙ୍କୁ ବୁର୍ଲା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୁକ୍ରବାର ଅମିନ ନାଏକ ଗିରଫ ହେବା ପରେ ସେ ନିଜର ଦୋଷ ସ୍ୱୀକାର କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ।