‘ଆଇ ଫର ଇଣ୍ଡିଆ’ ଗୀତ ଗାଇଲେ କୋହଲି, ସାନିଆ, ରୋହିତ
‘ଆଇ ଫର ଇଣ୍ଡିଆ’ ଗୀତ ଗାଇଲେ କୋହଲି, ସାନିଆ, ରୋହିତ
admin
May 6, 2020 - 03:58
Updated: May 6, 2020 - 03:58
ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ବିପକ୍ଷ ଲଢ଼େଇ ଲାଗି ପାଣ୍ଠି ସଂଗ୍ରହ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି, ଉପଅଧିନାୟକ ରୋହିତ ଶର୍ମା ଏବଂ ଟେନିସ ତାରକା ସାନିଆ ମିର୍ଜା ଏକ ଅନଲାଇନ କାର୍ଯ୍ୟକ୍ରମରେ ଗୀତ ଗାଇଛନ୍ତି । ଯାହାର ନାଁ ‘ଆର ଫର ଇଣ୍ଡିଆ’ ରଖା ଯାଇଛି । ଏଥିରେ ଅଭିନେତା, ସଙ୍ଗୀତଜ୍ଞ, ଗାୟକ ଓ କ୍ରୀଡ଼ାବିତ ଗୀତ ଗାଇ ଅର୍ଥ ଦାନ ପାଇଁ ଆହ୍ୱାନ କରୁଛନ୍ତି । ସେମାନେ ନିଜ ନିଜ ଘର ଭିତରେ ଗୀତ ବୋଲି ପ୍ରଶଂସକଙ୍କ ବି ମନୋରଞ୍ଜନ କରୁଛନ୍ତି । ଏହି କାର୍ଯ୍ୟକ୍ରମରୁ ମିଳିବାକୁ ଥିବା ଅର୍ଥ ରାଶି ‘ଇଣ୍ଡିଆ କୋଭିଡ ରେସପନ୍ସ ଫଣ୍ଡ’ କୁ ଦାନ କରାଯିବ ।
ଦୁଇ ସପ୍ତାହ ପୂର୍ବରୁ ଆମ ଭାରତର ସବୁଠାରୁ ବଡ଼ ‘ସମ୍ମିଳିତ ସଙ୍ଗୀତ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ । ଘରେ ଲକଡାଉନ ଥିବା ଲୋକଙ୍କୁ ମନୋରଞ୍ଜନ ଦେବା ସହ ଘରେ ଓ ଆଗଧାଡ଼ିରେ କାମ କରିଥିବା ଲୋକଙ୍କୁ ସମ୍ମାନ ପ୍ରଦାନ କରିବା ଏବଂ ଯେଉଁମାନଙ୍କର କାମ ନାହିଁ ଏବଂ ଘର ନାହିଁ ସେମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବା ଏହି ସମ୍ମିଳିତ ସଙ୍ଗୀତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ବୋଲି ‘ଆଇ ଫର ଇଣ୍ଡିଆ’ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା, ଶାହରୁଖ ଖାନ, ଏଆର ରହମାନ, ଜାକିର ହୁସେନ, ଆମିର ଖାନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଆଲିଆ ଭଟ୍ଟ, ଆୟୁଷ୍ମାନ ଖୁରାନା, ବ୍ରାଏନ ଆଦମସ, ଗୁଲଜାର, ନିଜ ଜୋନାସ, ପ୍ରିୟଙ୍କା ଚୋପ୍ରା ଜୋନାସ, ରଣବୀର ସିଂହ, ଶ୍ରେୟା ଘୋସାଲ, ସୋନୁ ନିଗମ, ସୋଫି ଟର୍ନର, ଜୋୟା ଅଖତର ଏବଂ ବିଦ୍ୟା ବାଲାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।