‌ଡ୍ରୋନ୍‌ରେ ଆସୁଥିଲା ହେରୋଇନ୍, ଖସେଇଲା ବିଏସ୍‌ଏଫ୍

‌ଡ୍ରୋନ୍‌ରେ ଆସୁଥିଲା ହେରୋଇନ୍, ଖସେଇଲା ବିଏସ୍‌ଏଫ୍

‌ଡ୍ରୋନ୍‌ରେ ଆସୁଥିଲା ହେରୋଇନ୍, ଖସେଇଲା ବିଏସ୍‌ଏଫ୍

ଚଣ୍ଡିଗଡ଼: ଡ୍ରୋନ୍‌ରେ ଆସୁଥିଲା ହେରୋଇନ୍‌। ମାରି ଖସାଇଲା ବିଏସ୍‌ଏଫ୍। ପାକିସ୍ତାନ ପଟରୁ ଭାରତ ମୁହାଁହୋଇ ଆସୁଥିବା ଏକ ଡ୍ରୋନ୍କୁ ମାରି ଖାସାଇଦେଇଛି ବିଏସଏଫ। ଏହି ନିଷିଦ୍ଧ ନିଶାଦ୍ରବ୍ୟ ପଞ୍ଜାବର ଅମୃତସରକୁ ଚାଲାଣ ହେଉଥିବା ବିଏସଫ ପକ୍ଷରୁ ସୂଚନା ମିଳିଛି।

ଏହି ଡ୍ରୋନ୍ରୁ ୯ ପ୍ୟାକେଟ ହେରୋଇନ୍ ମିଳିଥିବା ବିଏସଫ ପକ୍ଷରୁ ସୂଚନା ମିଳିଛି। ସୀମାରେ ଏହି ନିଷିଦ୍ଧ ନିଶା କାରବାର ହେଉଥିବା ବେଳେ ବିଏସଏଫ ପକ୍ଷରୁ ପଣ୍ଡ କରି ଦିଆଯାଇଛି। ପାକିସ୍ତାନ ପକ୍ଷରୁ ଡ୍ରୋନ୍ଟି ସୀମା ଦେଇ ଭାରତ ପ୍ରବେଶ କରୁଥିବା ବେଳେ ବିଏସଏଫ ପକ୍ଷରୁ ଗୁଳି କରାଯାଇଥିଲା । ଡ୍ରୋନ୍ଟି ତଳେ ଖସିବା ପରେ ଯାଞ୍ଚ କରାଯାଥିଲା।  ତଦନ୍ତ ବେଳେ ଉକ୍ତ ଡ୍ରୋନ୍ରେ ୯ଟି ପ୍ୟାକେଟରେ ୧୦.୬୭୦ କେଜି ହେରୋଇନ ଜବତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ସ୍ଥାନୀୟ ପୁଳିସ  ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।