ୱେବ ଚ୍ୟାନେଲ ମୁଖ୍ୟ ଗିରଫ

ୱେବ ଚ୍ୟାନେଲ ମୁଖ୍ୟ ଗିରଫ

ୱେବ ଚ୍ୟାନେଲ ମୁଖ୍ୟ ଗିରଫ


ଭୁବନେଶ୍ୱର: ବହୁ ଖୋଜାଖୋଜି କରିବା ପରେ ଶେଷରେ ପୁଲିସ ଏକ ୱେବ ଚ୍ୟାନେଲର ମୁଖ୍ୟଙ୍କୁ ଗିରଫ କରିଛି । ଜଣେ ବ୍ୟବସାୟୀଙ୍କୁ ଅପହରଣ ଓ ଦାଦାବଟି ଆଦାୟ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁ ରଘୁନାଥ ସାହୁ ଓରଫ ରାଜ୍ । ତାଙ୍କୁ କୋଲକାତାରୁ ଗିରଫ କରିଛି କମିଶନରେଟ ପୁଲିସ । ପୂର୍ବରୁ ଏହି ମାମଲାରେ ୱେବ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକାଙ୍କୁ ଗିରଫ କରାଯାଇଥିଲା । ହେଲେ ରାଜ୍ ଫେରାର ହୋଇଯାଇଥିଲେ । ତାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ।