ୱାନ୍ ରାଙ୍କ୍ ୱାନ୍ ପେନସନ୍ ବ୍ୟବସ୍ଥାରେ ସଂଶୋଧନ, ୫ ଲକ୍ଷ ସେନା କର୍ମଚାରୀ ହେବେ ଉପକୃତ
ୱାନ୍ ରାଙ୍କ୍ ୱାନ୍ ପେନସନ୍ ବ୍ୟବସ୍ଥାରେ ସଂଶୋଧନ, ୫ ଲକ୍ଷ ସେନା କର୍ମଚାରୀ ହେବେ ଉପକୃତ
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ କ୍ୟାବିନେଟ ୱାନ ରାଙ୍କ୍ ୱାନ ପେନସନ୍ ବା ଏକ ପଦବୀ ଏକ ପେନସନ୍ ବ୍ୟବସ୍ଥାରେ ସଂଶୋଧନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । ୱାନ୍ ରାଙ୍କ୍ ୱାନ୍ ପେନସନ୍ ସଂଶୋଧିତ ହେବା ପରେ ୨୫ ଲକ୍ଷ ସେନା କର୍ମଚାରୀ ଉପକୃତ ହେବେ । ପୂର୍ବରୁ ୨୦.୬୦ ଲକ୍ଷ ପେନସନଭୋଗୀ ଏହି ଯୋଜନାରେ ଲାଭବାନ ହୋଇଥିଲେ ।
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ସଂଶୋଧନ ଯୋଗୁଁ ୮୫୦୦ କୋଟି ଟଙ୍କାର ଭାର ସରକାରଙ୍କ ଉପରେ ପଡ଼ିବ । ଏହି ସଂଶୋଧନ ହେବା ପରେ ପ୍ରତିରକ୍ଷା ବାହିନୀ ପେନସନଭୋଗୀ ବା ପରିବାର ପେନସନଭୋଗୀମାନେ ପ୍ରସ୍ତାବ ଅନୁଯାୟୀ ବର୍ଦ୍ଧିତ ପେନସନ୍ ପାଇବେ । ଏହାଛଡା ସହିଦଙ୍କ ବିଧବା ପତ୍ନୀ ଏବଂ ଭିନ୍ନକ୍ଷମ ପେନସନଭୋଗୀଙ୍କ ସମେତ ପରିବାର ପେନସନଭୋଗୀଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ । ଏହା ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ଯୁବକମାନଙ୍କୁ ଆକର୍ଷିତ କରିବ । ସରକାର ଏହା ମଧ୍ୟ କହିଛନ୍ତି ଯେ ବକେୟା ରାଶି ଚାରି ଅର୍ଦ୍ଧ ବାର୍ଷିକ କିସ୍ତିରେ ପ୍ରଦାନ କରାଯିବ । ୱାନ୍ ରାଙ୍କ୍ ୱାନ୍ ପେନସନର ଅର୍ଥ ହେଉଛି ସମାନ ପଦବୀ ଏବଂ ସମାନ ଅବଧିର ସେବ ଲାଗି ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ସମାନ ପେନସନ୍ ପ୍ରଦାନ କରାଯାଇଥାଏ ।




admin 