୭ ମାସରେ ସୁନା ୧୧,୫୦୦ ଟଙ୍କା ଶସ୍ତା

୭ ମାସରେ ସୁନା ୧୧,୫୦୦ ଟଙ୍କା ଶସ୍ତା

୭ ମାସରେ ସୁନା ୧୧,୫୦୦ ଟଙ୍କା ଶସ୍ତା
ନୂଆଦିଲ୍ଲୀ: ସୁନା ଏବଂ ରୂପା ଦରରେ କ୍ରମାଗତ ଭାବେ ହ୍ରାସ ଘଟିଛି । ୭ ମାସରେ ସୁନା ପ୍ରାୟ ୧୧,୫୦୦ ଟଙ୍କା ଶସ୍ତା ହୋଇଗଲାଣି । ୨୦୨୦ ଅଗଷ୍ଟରେ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ଥିଲା । ଚଳିତ ମାସ ଦୁଇ ତାରିଖରେ ଏହା ୪୪,୭୬୦ ଟଙ୍କା ରହିଛି । ଏ ବର୍ଷ ଜାନୁଆରୀରୁ ବର୍ତ୍ତମାନ ମଧ୍ୟରେ ସୁନା ପ୍ରାୟ ୫,୫୪୦ ଟଙ୍କା ଶସ୍ତା ହୋଇଛି । ଜାନୁଆରୀରୁ ସୁନା ବର୍ତ୍ତମାନ ମଧ୍ୟରେ ସୁନା ପ୍ରାୟ ୫,୫୪୦ ଟଙ୍କା ଶସ୍ତା ହୋଇଛି । ଜାନୁଆରୀରେ ସୁନା ପ୍ରାୟ ୫୦,୩୦୦ ଟଙ୍କା ଥିଲା ଯାହା ୪୪,୭୬୦ ଟଙ୍କା । ଅର୍ଥାତ ମାତ୍ର ୨ ମାସରେ ଏହାର ଦର ୧୧% ହ୍ରାସ ପାଇଛି । ସେହିଭଳି ଯଦି ରୁପା କଥା ଦେଖିବ ତାହା ହେଲେ ଜାନୁଆରୀରୁ ୧୧୦୦ ଟଙ୍କା ମହଙ୍ଗା ହୋଇଛି । ଜାନୁଆରୀ ୧ ରେ କିଲୋ ପିଛା ରୁପା ଦର ୬୬,୯୫୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ୬୬,୦୭୩ ଟଙ୍କାକୁ ବୃଦ୍ଧି ପାଇଛି ।