୬ରେ ବିଜେପିର ଝାରସୁଗୁଡ଼ା ବନ୍ଦ

୬ରେ ବିଜେପିର ଝାରସୁଗୁଡ଼ା ବନ୍ଦ

୬ରେ ବିଜେପିର ଝାରସୁଗୁଡ଼ା ବନ୍ଦ

ଝାରସୁଗୁଡ଼ା: ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଥିବା ଭାରତୀୟ ଜନତା ପାର୍ଟି ଆସନ୍ତା ଶନିବାର ୬ ତାରିଖଷର ଝାରସୁଗୁଡ଼ା ବନ୍ଦ ଡାକରା ଦେଇଛି। ପାର୍ଟି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ଏନେଇ ଆଜି ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।ଇୟଗ୍ଦ ଭଚ୍ଚ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ଏହେ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ବନ୍ଦରୁ ହସ୍ପିଟାଲ୍, ଔଷଧ ଦୋକାନ ସହିତ ଆମ୍ବୁଲାନ୍ସ ଓ ଦୁଇ ଚକିଆ ଯାନ ଚାଳଚଳକୁ ବାଦ୍ ଦିଆଯାଇଛି। ପରୀକ୍ଷାର୍ଥୀମାନଙ୍କୁ ମଧ୍ୟ ବନ୍ଦରୁ ବାଦ୍ କରାଯାଇଛି।

ଦଳର ଜିଲ୍ଲା ଶାଖା ପକ୍ଷରୁ କୁହାଯାଇଛି ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ନ କରି ମାମଲାକୁ ଚାପିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି।