୬ ବର୍ଷରେ ବଦଳିବେ କିରାଣି, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଲାଗୁ କରିବାକୁ ଆଲୋଚନା ଜାରି

୬ ବର୍ଷରେ ବଦଳିବେ କିରାଣି, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଲାଗୁ କରିବାକୁ ଆଲୋଚନା ଜାରି

୬ ବର୍ଷରେ ବଦଳିବେ କିରାଣି, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଲାଗୁ କରିବାକୁ ଆଲୋଚନା ଜାରି
ଭୁବନେଶ୍ୱର: ଏଣିକି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଓ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ କିରାଣୀଙ୍କୁ ଅନ୍ୟତ୍ର ବଦଳି କରାଯିବ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ବଦଳି ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଧିକାଂଶ ଜିଲ୍ଲାରେ ଏହି ନିୟମକୁ ଇତିମଧ୍ୟରେ କାର୍ଯ୍ୟକାରୀ କରାଯାଇଛି । ଜିଲ୍ଲାସ୍ତରରୁ ବଦଳି ଫାଇଲ୍ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଆସିସାରିଛି । ଯେଉଁ କିଛି ଜିଲ୍ଲାରେ ହୋଇନି, ସେଠାରେ ତୁରନ୍ତ ଏହି ନିୟମ ଲାଗୁ କରିବାକୁ କୁହାଯାଇଛି । କୌଣସି ବି ପରିସ୍ଥିତିରେ କୌଣସି ଡିଇଓ ଓ ବିଇଓ ଅଫିସରେ ୬ ବର୍ଷରୁ ଅଧିକ ସମୟ ଧରି କେହି ରହିବେ ନାହିଁ । ମେ\' ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏପରିକି ବିଇଓ, ଡିଇଓ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ୬ ବର୍ଷରେ ବଦଳି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ବିଚାର ଆଲୋଚନା ଚାଲିଥିବା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ କରୋନା ଭୂତାଣୁକୁ ନେଇ ସାରା ଓଡ଼ିଶାରେ ଆତଙ୍କ ଖେଳିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବି ତତ୍ପରତା ପ୍ରକାଶ କରିଛି । ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଆଗକୁ ପରୀକ୍ଷା ଆସୁଛି । ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ହେଉଛନ୍ତି । ପରୀକ୍ଷା କିଭଳି ସୁଚାରୁରୂପେ ହୋଇପାରିବ ସେଦିଗରେ ବି ଆମେ ପଦକ୍ଷେପ ନେଉଛୁ । ଯଦି କୌଣସି ବି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଥଣ୍ଡା, କାଶ ହୋଇଥିବା ନଜରକୁ ଆସେ ତେବେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା କରାଇବେ ।