୫ ଆଇପିଏସଙ୍କୁ ଏଡିଜି ପାହ୍ୟା
୫ ଆଇପିଏସଙ୍କୁ ଏଡିଜି ପାହ୍ୟା
ଭୁବନେଶ୍ୱର: ରାଜ୍ୟ ସରକାର ୧୯୯୮ ବ୍ୟାଚର ୫ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୯୮ ବ୍ୟାଚ୍ ଆଇପିଏସ୍ ଅମିତାଭ ଠାକୁର, ଏସଡି ଦେବଦତ୍ତ ସିଂ, ରାଜେଶ କୁମାର ଓ ରବିକାନ୍ତ ଆସନ୍ତା ୨୦୨୩ ଜାନୁୟାରୀ ପହିଲାରୁ ଏଡିଜି ପାହ୍ୟାକୁ ପଦୋନ୍ନତି ସହ ପେ- ସ୍କେଲ(ଲେଭଲ-୧୫) ଆଧାରରେ ଦରମା ପାଇବେ । ସେହି ବ୍ୟାଚର ଆଇପିଏସ୍ ଦୟାଲ ଗଙ୍ଗୱାର ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାରୁ ତାଙ୍କୁ ଏଡିଜି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ମିଳିଛି ।
କିନ୍ତୁ ସେହି ବ୍ୟାଚର ଆଇପିଏସ୍ ଏନବି ଭାରତୀଙ୍କୁ ଏହି ପଦୋନ୍ନତିରୁ ବାଦ୍ ଦିଆଯାଇଛି । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍କ୍ରିିନିଂ କମିଟି ନିଷ୍ପତ୍ତି ଅନୁସାରେ ଏହି ଆଇପିଏସ୍ ଅଫିସରମାନଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଶ୍ରୀ ଠାକୁର ଏବେ ଆଇଜି-ଅପରେସନ, ଶ୍ରୀ ଦେବଦତ୍ତ ସିଂ ଆଇଜି-ହେଡକ୍ୱାର୍ଟର, ରାଜେଶ କୁମାର ଆଇଜି-ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବ୍ ଭାବେ କାର୍ୟ୍ୟକରୁଥିବାବେଳେ ରବିକାନ୍ତ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ଭାବେ କାର୍ୟ୍ୟରତ ।




admin 