୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର !
୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର !
ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ସମୁଦ୍ର ପତ୍ତନ ଠାରୁ ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଥିବାର ସୂଚନା ମିଳିଛି । ଯାହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆକଳନ କରୁଛି ପାଣିପାଗ ବିଭାଗ । ପରବର୍ତ୍ତୀ ସମୟରେ ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହେବାର ସମ୍ଭାବନା ରହିଛି।
ଫଳରେ ୪ ରୁ ୫ ଦିନ ଯାଏଁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବିଭିନ୍ନ ମଡେଲ ମଧ୍ୟ ବାତ୍ୟାର ପ୍ରାକ ସମ୍ଭାବନାକୁ ଦର୍ଶାଇଛି । ଏହି ଲଘୁଚାପ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ । ତେଣୁ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ, ପାର୍ବଣ ଆରମ୍ଭ ହୋଇଥିବାରୁ ଚିନ୍ତାରେ ଏବେ ଆୟୋଜକ । ତେବେ, ଦଶହରା ସମୟରେ ଅର୍ଥାତ ନବମୀ ଓ ଦଶମୀ ଦିନ(ଅକ୍ଟୋବର ୧୪ ଓ ୧୫)ରେ ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।