୪ଦିନିଆ ଟେଷ୍ଟକୁ ସଚିନଙ୍କ ବିରୋଧ
୪ଦିନିଆ ଟେଷ୍ଟକୁ ସଚିନଙ୍କ ବିରୋଧ
admin
Jan 8, 2020 - 06:46
Updated: Jan 8, 2020 - 06:46
ନୂଆଦିଲ୍ଲୀ - ଟେଷ୍ଟ ମ୍ୟାଚ୍କୁ ୫ ଦିନ ପରିବର୍ତ୍ତେ ୪ ଦିନରେ ସୀମିତ ରଖିବାକୁ ଅନ୍ତର୍ଜାତୀୟ କି୍ରକେଟ ପରିଷଦ (ଆଇସିସି) ମସୁଧା କରୁଥିବା ବେଳେ ୪ ଦିନିଆ ଟେଷ୍ଟ ଆୟୋଜନ ପ୍ରସ୍ତାବକୁ ବିରୋଧ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । କି୍ରକେଟରେ ଟେଷ୍ଟ ଫର୍ମାଟରେ ସ୍ୱତନ୍ତ୍ରତା ରହିଥିବା ବେଳେ ଏଥିରେ କୌଣସି ପ୍ରକାର ପରିବର୍ତ୍ତନ ଆବଶ୍ୟକତା ନାହିଁ ବୋଲି ତେନ୍ଦୁଲକର ମତ ଦେଇଛନ୍ତି ।
ସୂଚନା ଥାଉ କି ୧୪୩ ବର୍ଷର ପରମ୍ପରାକୁ ଭଙ୍ଗ କରି ଆଇସିସି ଟେଷ୍ଟ ମ୍ୟାଚକୁ ୫ ଦିନରୁ ୪ ଦିନକୁ କମାଇ ଦେବାକୁ ଯୋଜନା କରୁଥିବା ବେଳେ ଏହାକୁ ଭାରତୀୟ କି୍ରକେଟ ଦଳର ଅଧିନାୟକ ବିରାଟ କୋହଲି, ଅଷ୍ଟ୍ରେଲିଆ କି୍ରକେଟ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ, ଜଷ୍ଟିନ ଲାଙ୍ଗର, ନାଥାନ ଲାୟାନ ପ୍ରମୁଖ ବିରୋଧ କରିଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତେନ୍ଦୁଲକର କହିଥିଲେ ଟେଷ୍ଟ ଫର୍ମାଟରେ ସେ ଜଣେ ବଡ଼ ପ୍ରଶଂସକ । ଟେଷ୍ଟ କି୍ରକେଟ ଖେଳିବା ଦ୍ୱାରା ଜଣେ କି୍ରକେଟରଙ୍କ ଦକ୍ଷତାର ସଠିକ ପରିଚୟ ମିଳୁଥିବାରୁ ଏଥିରେ କୌଣସି ପ୍ରକାର ପରିବର୍ତ୍ତନର ଆବଶ୍ୟକତା ନାହିଁ । ଟେଷ୍ଟ ମ୍ୟାଚ୍କୁ ୫ ଦିନ ପରିବର୍ତ୍ତେ ୪ ଦିନକୁ କମାଇ ଦିଆଗଲେ ଏହା ବ୍ୟାଟସମ୍ୟାନଙ୍କ ପାଇଁ ସୁବିଧାଜନକ ହେବ ବୋଲି ତେନ୍ଦୁଲକର ମତ ଦେଇଛନ୍ତି । ଟେଷ୍ଟ ମ୍ୟାଚର ଅନ୍ତିମ ଦିନରେ ସ୍ପିନରଙ୍କ ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ୪ ଦିନିଆ ଟେଷ୍ଟ ମ୍ୟାଚ ଫଳରେ ସ୍ପିନରଙ୍କ ବିଶେଷ ପ୍ରଭାବ ପରିଲକ୍ଷିତ ହେବ ନାହିଁ ବୋଲି ତେନ୍ଦୁଲକର ସ୍ପଷ୍ଟ କରି ଦେଇଛନ୍ତି । ଦର୍ଶକଙ୍କୁ ଅଧିକ ସଂଖ୍ୟାରେ ଷ୍ଟାଡିୟମକୁ ଆସିବାକୁ ଉତ୍ସାହିତ କରିବାକୁ ଦିନିକିଆ, ଟ୍ୱେଣ୍ଟି ୨୦ ମ୍ୟାଚ୍ ଖେଳାଯାଉଛି । ଏହା ବାଦ୍ ବର୍ତ୍ତମାନ ଟି-୧୦ କ୍ରିକେଟ ମଧ୍ୟ ଆରମ୍ଭ ହେଲାଣି । ତେଣୁ ଟେଷ୍ଟ କି୍ରକେଟକୁ ଅଧିକ ଲୋକପି୍ରୟ କରିବା ଉଦେ୍ଧଶ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଆୟୋଜନ ସହ କି୍ରକେଟରମାନେ ନାମ ଲେଖାଥିବା ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଉଛନ୍ତି । ତେଣୁ ଟେଷ୍ଟ ମ୍ୟାଚକୁ ୪ ଦିନକୁ କମାଇ ଦିଆଯିବାର ଯଥାର୍ଥତା ନାହିଁ ବୋଲି ତେନ୍ଦୁଲକର ସ୍ପଷ୍ଟ କରିଦେଇଛନ୍ତି ।