୨୦୨୦ର ଭାରତର ପ୍ରଥମ ବିଜୟ, ପୁନେ ଟି-୨୦ ସିରିଜ

୨୦୨୦ର ଭାରତର ପ୍ରଥମ ବିଜୟ, ପୁନେ ଟି-୨୦ ସିରିଜ

୨୦୨୦ର ଭାରତର ପ୍ରଥମ ବିଜୟ, ପୁନେ ଟି-୨୦ ସିରିଜ
ପୁଣେ - ଶ୍ରୀଲଙ୍କା ବିପକ୍ଷରେ ଶେଷ ଟି-୨୦ରେ ଭାରତ ଦମଦାର ବିଜୟ ହାସଲ କରିଛି । ଶ୍ରୀଲଙ୍କାକୁ ୭୮ ରନରେ ପରାସ୍ତ କରି ୨-୦ରେ ଭାରତ ସିରିଜ ବିଜୟୀ ହୋଇଛି । ଏହା ସହିତ ଭାରତ ୨୦୨୦ରେ ପ୍ରଥମ ଟ୍ବେଣ୍ଟି-୨୦ ସିରିଜ୍ ଜିତି ତା’ର ବିଜୟ ଅଭିଯାନ ଆରମ୍ଭ କରିଛି। ଭାରତ ରଖିଥିବା ୨୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ପ୍ରାରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖିନ ହୋଇଥିଲା। ଦଳ ସମ୍ପୂର୍ଣ୍ଣ ୨୦ଓଭର ଖେଳିବାକୁ ଅସମର୍ଥ ହୋଇଥିଲା। ତେବେ ଶ୍ରୀଲଙ୍କାର ସମ୍ପୂର୍ଣ୍ଣ ଟିମ୍ ମାତ୍ର ୧୫ଓଭର ପାଞ୍ଚଟି ବଲ ଖେଳି ୧୨୩ରନ କରି ଅଲ ଆଉଟ ହୋଇଯାଇଛି। ଭାରତ ପକ୍ଷରୁ ବୁମ୍ରା ୨ ଓଭର ବୋଲିଂ କରି ୫ ରନ ଦେଇ ଗୋଟିଏ ୱିକେଟ ନେଇଛନ୍ତି। ସେହିଭଳି ଶ୍ରାଦୁଲ ଠାକୁର ୩ ଓଭରରେ ୧୯ ରନ ଦେଇ ଦୁଇଟି ୱିକେଟ, ସାଇନି ୨ ଓଭର ୫ଟି ବଲରେ ୨୮ ରନ ତିନୋଟି ୱିକେଟ ଏବଂ ୱାସିଙ୍ଗଟନ ସୁନ୍ଦର ୪ ଓଭର ୩୭ରନ ଦୁଇଟି ୱିକେଟ ନେଇଛନ୍ତି। ଦୁଇଟି ୱିକେଟ ରନ ଆଉଟ ଆକାରରେ ମିଳିଛି। ଭାରତ ପକ୍ଷରୁ ରାହୁଲ୍ ସର୍ବାଧିକ ୫୪ (୩୬ ବଲ୍‌, ୫ ଚୌକା, ୧ ଛକା) ଓ ଧୱନ୍ ୫୨ (୩୬ ବଲ୍‌, ୭ ଚୌକା, ୧ ଛକା) ରନ୍ କରିଥିଲେ। ଶ୍ରାଦୁଲ ଠାକୁରଙ୍କ ଜବରଦସ୍ତ ବୋଲିଂ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଛି। ସେହିଭଳି ସିରିଜରେ ଜବରଦସ୍ତ ବୋଲିଂ ପାଇଁ ନବଦୀପ ସାଇନଙ୍କୁ ମ୍ୟାନ ଅଫ ଦି ସିରିଜ ବିବେଚିତ କରାଯାଇଛି।